
ଭୁବନେଶ୍ୱର, ୧୩ ଡିସେମ୍ବର – ଭୁବନେଶ୍ୱର ଏଜି ଛକ ରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ନାମ ପରିବର୍ତନ କରାଯାଇଛି । ଏହା ନୂଆ ନାଁ ‘ଲୋକସେବା ମାର୍ଗ’ ରଖାଯାଇଛି । ପୂର୍ବରୁ ଏହି ରାସ୍ତାର ନାମ ସଚିବାଳୟ ମାର୍ଗ ଥିଲା । ନିକଟରେ ସଚିବାଳୟର ନାମ ଲୋକସେବା ଭବନକୁ ବଦଳାଯିବା ପରେ ସେହି ଅନୁଯାୟୀ ଶନିବାର ଉକ୍ତ ରାସ୍ତାର ନାମ ବଦଳାଯାଇଛି ।