
ଭୁବନେଶ୍ୱର, ପଶ୍ଚିମବଙ୍ଗର ମେଦିନୀପୁରରେ ଗତ କିଛି ଦିନ ତଳେ ବାଣ ବିସ୍ପୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ ର ମୃତ୍ୟୁ ଘଟିଛି । କଟକରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ ରେ ପହଂଚିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତକାଲି କଟକ ପୋଲିସ ସହାୟତା ରେ ଭାନୁ ବାଗଙ୍କୁ ଗିରଫ କରିଥଲା ପଶ୍ଚିମ ବଙ୍ଗ ପୋଲିସ ।