ଖୋର୍ଦ୍ଧା, କୂଅରେ ଖସିପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା। ସୂଚନା ମୁତାବକ, ବାଣପୁର ଏନଏସି ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ନିଜ ବାରିକୁ ଯାଇଥିଲେ।ଅସାବଧାନତାବଶତଃ ସେ ବାରି ପଛ ପଟେ ଥିବା କୂଅରେ ପଡିଯାଇଥିଲେ। ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ହାଡିବନ୍ଧୁଙ୍କ ଘରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Related Stories
May 17, 2024