କନ୍ଧମାଳ- ଆଜିକୁ ୪ ଦିନ ପୁରିଲା ବାଲିଗୁଡାରେ ହୋଇଥିବା ସୁଚନା ଅଧିକାର କର୍ମୀଙ୍କ ହତ୍ୟା ଘଟଣାକୁ । କିନ୍ତୁ ଏହାର ରହସ୍ୟ ଏବଂ ଏହାର କାରଣ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ସୁଚନା ମିଳିନାହିଁ କି ହତ୍ୟାକାରୀ ମାନଙ୍କର ମଧ୍ୟ ଟେର ପାଉନାହିଁ ପୋଲିସ । ବାଲିଗୁଡା ସହରରେ ଥାନାର ଅତି ନିକଟରେ ଥିବା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ବାଇକରେ ଆସି ୨ ଜଣ ଦୃର୍ବୁତ ଅତି ନିକଟରୁ ଗୁଳି ମାରି ନିର୍ମମ ହତ୍ୟା କରିଥିଲେ । ହତ୍ୟା ଘଟଣାର ୪ ଦିନ ପୁରିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଦୃର୍ବୁତ ମାନଙ୍କର ଟେର ପାଇନି ପୋଲିସ ଏଯାଏଁ । ପୋଲିସର ଭୁମିକାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ରାଜ୍ୟସ୍ତରୀୟ ସୂଚନା କର୍ମୀମାନେ ତୁରନ୍ତ ଅଭିଯୁକ୍ତର ଗିରଫ ଦାବୀ କରିଛନ୍ତି । କେହି କେହି ବିଚାର ବିଭାଗୀୟ ତଦନ୍ତ ଦାବୀ କଲେଣି । କଂଗ୍ରେସ ପକ୍ଷରୁ ମଧ୍ୟ କ୍ରାଇମବ୍ରାଂଚ ତଦନ୍ତ ଦାବୀ ହେଉଛି । ଏହି ହତ୍ୟା ଘଟଣାରେ ବାଲିଗୁଡା ଅଂଚଳର କିଛି ବରିଷ୍ଠ ଠିକାଦାର, ବ୍ୟବସାୟୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରୁଛି ପୋଲିସ । ସେମାନଙ୍କ ପଛରେ ଗୁଇନ୍ଦା ଲଗାଇ ଘଟଣା ସହ ସେମାନଙ୍କର ସଂପର୍କ ଅଛି ନା ନାହିଁ ଅନୁଧ୍ୟାନ କରୁଛି । ମୋବାଇଲର କଲ ରେକର୍ଡିଂ, ଘର ଲୋକଙ୍କ ବୟାନ ମଧ୍ୟ ସଂଗ୍ରହ କରୁଛି ପୋଲିସ । ଜିଲ୍ଲା ବାହାରର କିଛି ସୁପାରି କିଲର କିମ୍ବା ମାଓବାଦୀଙ୍କ ହାତ ମଧ୍ୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ, ବାଲିଗୁଡା ପୋଲିସ ତଦନ୍ତକୁ କିଭଳି ଆଗକୁ ନେଉଛି ଆଉ କେବେ ଗିରଫ କରିବ ତାକୁ ହିଁ ଅପେକ୍ଷା ।
Related Stories
November 23, 2024