ଖୋର୍ଦ୍ଧା,୪୨୦୦ ଗ୍ରେଡ ପେ’ଦାବୀ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଆଶୋକ କୁମାର ପଣ୍ଡାଙ୍କ ଆହ୍ଵାନକ୍ରମେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ଟାଙ୍ଗି, ଚିଲିକା ଓ ବାଣପୁର ଆଦି ସାତଟି ବ୍ଲକର ୧୦୦ରୁ ଉର୍ଦ୍ଧ ଅମଲାମାନେ ଏଥିରେ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଅମଲାମାନେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଯଦି ଆସନ୍ତା ୨୧ ତାରିଖ ମଧ୍ୟରେ ଅମଲାମାନଙ୍କର ଏକମାତ୍ର ଦାବି ୪୨୦୦ ଗ୍ରେଡ ପେ’ ବିଚାରକୁ ନ ନିଅନ୍ତି। ତେବେ ଆସନ୍ତା ୨୨ ତାରିଖରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯିବ। ଏପରିକି ଜୁନ ପହିଲାରୁ ସମୂହ ଛୁଟିରେ ଯାଇ ଜିଲ୍ଲାର ସମସ୍ତ ଦପ୍ତରକୁ ଅଚଳ କରିଦିଆଯିବା ପାଇଁ ଚେତାବନୀ ଦିଆଯାଇଛି।
ଏହି ବୈଠକରେ ଗୋବର୍ଦ୍ଧନ ପରିଡ଼ା, ସୁରମ୍ୟ ରଞ୍ଜନ ପ୍ରଧାନ, ଲଲାଟେନ୍ଦୁ କର, ସବ୍ୟସାଚୀ ଧଳ, ମନୋରଞ୍ଜନ ପଣ୍ଡା, ଅର୍ଜ୍ଜୁନ ମହାରଣା, କଳ୍ପନା ପରିଡ଼ା, ବାବୁଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।