-
ମହିଳା ତାନ୍ତ୍ରିକ ଗିରଫ
ଖୋର୍ଦ୍ଧା,ମା ମଙ୍ଗଳା କାଳିସୀ ବୋଲି ପରିଚୟ ଦେଇ ମହିଳା ଗୋଷ୍ଠୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ଅଭିଯୋଗରେ ଆଦର୍ଶ ଥାନା ପୋଲିସ ଜନୈକ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମହିଳା ତାନ୍ତ୍ରିକ ଜଣକ ହେଲେ ସରସ୍ଵତୀ ସାହୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁରୁଣା ସଦର ଥାନା ଅଞ୍ଚଳରେ ।
ସୂଚନା ମୁତାବକ ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ଅଞ୍ଚଳର ଶହ ଶହ ନିରୀହ ଲୋକଙ୍କୁ ଋଣ କରାଇ ଦେବା ଆଳରେ ତନ୍ତ୍ର ସାଧନା ବଳରେ ଟଙ୍କା କରାଇଦେବା କହି ଟଙ୍କା ଆଦାୟ କରିବା ନେଇ ଅଭିଯୋଗ ହୋଇଥିଲା । ଆଜି ମହିଳାମାନେ ଏକାଠି ହୋଇ ନକଲି ମହିଳା ତାନ୍ତ୍ରିକକୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମହିଳା ତାନ୍ତ୍ରିକକୁ ଧରି ଥାନାକୁ ନେଇଥିବା ଜଣାପଡିଛି।