କେନ୍ଦ୍ରାପଡ଼ା- ଜିଲ୍ଲାର ଏକମାତ୍ର ଆୟବାସ୍ଥିତ ସରକାରୀ +୨ ବିଜ୍ଞାନ ମହାବିଦ୍ୟାଳୟରେ +୩ ଶ୍ରେଣୀ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯାଇଛି । ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଦାବୀ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଏହି ସରକାରୀ ଉଚ୍ଚ ଶୀକ୍ଷା ଅନୁÂାନର ଗୃହ ୧୯୯୭ ମସିହାରେ ଆରମ୍ଭ କରାଯାଇ ୨୦୧୨ ମସିହାରୁ ନିୟମିତ ଭାବେ ଶିକ୍ଷାଦାନ କରାଯାଉଛି । +୨ ଏହି ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ୫୧୨ ଜଣ ଛାତ୍ରଛାତ୍ରୀ ପାଠ ପଢିବା ସହ ୧୧ ଜଣ ଅଧ୍ୟାପକ/ଅଧ୍ୟାପିକା ଓ ୮ ଜଣ କର୍ମଚାରୀଙ୍କୁ ନେଇ ଏହି ମହାବିଦ୍ୟାଳୟ କାର୍ଯ୍ୟ କରୁଅଛି । କେନ୍ଦ୍ରାପଡା ସଦର ମହକୁମାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଏହି ମହାବିଦ୍ୟାଳୟ ଗ୍ରାମାଂଚଳର ମେଧାବୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଅଧ୍ୟୟନ କରିବାରେ ମୁଖ୍ୟ ସହାୟକ ହେଉଛି । ଏଠାରେ ବିଜ୍ଞାନ ବିଷୟରେ +୩ ଶ୍ରେଣୀ ଖୋଲିଲେ ଉଚ୍ଚଶିକ୍ଷା ପାଇବା ପାଇଁ ଅଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ସକ୍ଷମ ହୋଇପାରିବେ । ଏ ନେଇ କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ଆୟବା ସରପଂଚ ଗଗନ ବିହାରୀ ସାହୁ, ଗଙ୍ଗରାମପୁର ସରପଂଚ ପ୍ରଫୁଲ୍ଲ କୁମାର ତରାଇ, ପୁରୁସ୍ତମପୁର ସରପଂଚ ରମେଶ ଚନ୍ଦ୍ର ସାହାଣୀଙ୍କ ସମେତ ଅନନ୍ତ କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଛନ୍ତି ।
Related Stories
November 24, 2024