
ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆଜି ଠାରୁ ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ହୋଇଯାଇଛି।ପୁରୀ ଷ୍ଟାଡିୟମ ଠାରେ ଶିବିରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୋଳନାଥ ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ସର୍ବଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ହାଇ ସ୍କୁଲ,ପୁରୀ ଜିଲ୍ଲା ସ୍କୁଲ, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ, ବିଶ୍ବମ୍ବର ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟ ରୁ ଅନେକ ଛାତ୍ରଛାତ୍ରୀ ଶିବିରରେ ଯୋଗ ଦେଇଥିଲେ।
ଶିବିରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଅନୀଲ ଗୋଚ୍ଛିକାର , ନିରଞ୍ଜନ ମିଶ୍ର , ଗୋପାଳ ଚନ୍ଦ୍ର ପରିଡା, ବିନୋଦ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ ବିଶ୍ୱଭୂଷଣ ପଣ୍ଡା, ପ୍ରଦୀପ ଦାସ, ଅକ୍ଷୟ ନାୟକ,ଦୀପକ କୁମାର ପରିଡା, ରାଜୁ ନାୟକ, ଅନୀଲ କୁମାର ଜେନା, ମାନସ ଜେନା, ବର୍ଷା ଜେନା, ପ୍ରମୁଖ ପରିଚାଳନା କରିଥିଲେ।