ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁଗୁଡ଼ି ପଂଚାୟତର ଘୋଡ଼ାପଲାଣ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ଘର ଆଗରେ ଆସାମ ରାଜ୍ୟର ଜଣେ ଯୁବତୀ ଧାରଣା ଦେଇଛନ୍ତି । ନିଜକୁ ସମ୍ପୃକ୍ତ ଯୁବକଙ୍କ ପତ୍ନୀ ବୋଲି ଦାବି କରିବା ସହ ଯୁବତୀ ଜଣକ ଯୁବକଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି ।
ଅଗ୍ନେଶ ନାମକ ଏହି ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ରଙ୍ଗ୍ ନମ୍ବରରୁ ପ୍ରେମ ପରେ ସଦାନନ୍ଦ ଗୌଡ଼ ତାଙ୍କୁ ୨୦୨୧ ମସିହାରେ ବାନ୍ଦ୍ରା କୋର୍ଟରେ ବିବାହ କରିଥିଲେ । ଏ ସଂକ୍ରାନ୍ତରେ ଗତକାଲି ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର୍ କରିଥିଲେ । ଅଭିଯୋଗକୁ ଭିତି କରି ଏକ ମାମଲା ରୁଜ୍ଜୁ କରିବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଘଟଣା ପରେ ଯୁବକଙ୍କ ପରିବାର ଲୋକେ ଘର ତାଲା ପକାଇ କେଉଁଆଡେ ଚାଲି ଯାଇଥିବା ସୂଚନା ମିଳିଛି ।