ମାଲକାନଗିରି, ଭାରତ ସରକାର ଏବଂ ଜି-୨୦ ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵର ସ୍ଥିତ ଖଣିଜ ଓ ଦ୍ରବ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଆନ୍ତର୍ଜାତିକ ୫ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ମାଲକାନଗିରି ମହାବିଦ୍ୟାଳୟର ମୂଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ବାଇଁଙ୍କ ନେତୃତ୍ଵରେ ସବିତା କଚିମ୍, ଗାଙ୍ଗୀ ଦୂର୍ଗା, ଉତ୍ତମ କେଳା, କେ. ଅମେନ୍ଦ୍ର ସକ୍ରିୟ ଅଂଶଗ୍ରହଣ ସହିତ ମତ ବିନିମୟ କରିଥିଲେ। ଏହି କର୍ମଶାଳାର ବିଷୟ ବସ୍ତୁ ଜୀବନ ବ୍ୟାପି ପଢ଼ିବା ପାଇଁ ଦକ୍ଷତା ପ୍ରଶିକ୍ଷଣ ଶିବିର ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଏକ ସନ୍ଧର୍ବ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିଜିଟାଲ ଇଣ୍ଡିଆ, ଇକୋସିଷ୍ଟମ୍, ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଜେକ୍ଟର ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସମ୍ମିଳନୀରେ ୨୪ ଟି ଦେଶର ୬୧ ଜଣ ପ୍ରତିନିଧି ଯୋଗଦାନ କରି ଭାବର ଆଦାନପ୍ରଦାନ କରିବା ସହିତ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ। କର୍ମଶାଳାର ମୂଖ୍ୟ ଲକ୍ଷ୍ଯ ଥିଲା ”ବସୁଧଇବ କୁଟୁମ୍ବକମ୍” ଅର୍ଥାତ୍ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉପରେ ବିଭିନ୍ନ କୋଣ ଅନୁକୋଣରୁ ମତ ବିନିମୟ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରଦର୍ଶନୀ ପ୍ରଦର୍ଶନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା।
କର୍ମଶାଳାରେ ଯୋଗଦେଇ ଫେରିବା ପରେ ଆଜି ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ସଭାପତିତ୍ଵରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅଣ ଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଡ଼. ରଞ୍ଜନ କୁମାର ସ୍ବାଇଁ ଏବଂ କୃତିତ୍ଵ ଅର୍ଜନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।