କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ବାହାରେ X Ray ପାଇଁ ବାହାରକୁ ଯିବାପାଇଁ ଡାକ୍ତରଙ୍କ ପରାମର୍ଶ |ସୂଚନା ଅନୁସାରେ ଅନନ୍ତ ସିଂ ନିଜର ଆଣ୍ଠୁ ଜନିତ ଯନ୍ତ୍ରଣାର ଚିକିତ୍ସା ପାଇଁ ପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ ସେଠାରେ କାର୍ଯ୍ୟରତ ଡାକ୍ତର ଅମିତ ପଣ୍ଡା X Ray ମେସିନ ଦୀର୍ଘ 20 ଦିନ ଧରି ଖରାପ ଥିବା କହି ବାହାରୁ କରିନେବା ପାଇଁ ପରାମର୍ଶ ଦେଇଥିଲେ |ଏହି ସମସ୍ୟାର ବିକଳ୍ପ ପାଇଁ ରୋଗୀଙ୍କ ସହଯୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର ଙ୍କୁ ଜଣାଇବା ପରେ ଜଣା ପଡିଥିଲା ମେସିନ ଖରାପ ଥିବା ସୂଚନା ତାଙ୍କ ପାଖରେ ନ ଥିଲା |ଏଥି ପ୍ରଶ୍ନ ଉଠୁଛି ଦୀର୍ଘ 20 ଦିନ ଧରି ଅଚଳ ଥିବା X Ray ମେସିନର ସୂଚନା ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ପାଖରେ ନ ଥିବା ଦୁଃଖ ଓ ପରୀତାପର ବିଷୟ |ରାଜ୍ୟ ସରକାର ପୁରୀକୁ ବିଶ୍ୱ ସ୍ତରୀୟ କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଅବହେଳା ରୋଗୀଙ୍କୁ ପାଇଁ କଷ୍ଟ ଦେଉଛି |
Related Stories
November 24, 2024
November 24, 2024