ମାଲକାନଗିରି – ସରକାର କହିଲେ ବଣ୍ଡା ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ଏଜେନ୍ସି ଖୋଲା ହେଲା । ଏବେ ଆଉ ଏମାନେ ଅଣଦେଖା ହେବେନି ଏବେ ଏମାନଙ୍କ ପାଇଁ ବିକାଶର ବାଟ ଖୋଲିବ। ବଣ୍ଡାମାନେ ମଧ୍ୟ ହେବେ ଉଚ୍ଚ ଶିକ୍ଷିତ । ରହିବେ ପକ୍କା ଘରେ। ସାଧାରଣ ଲୋକଙ୍କ ଜୀବନ ଶୈଳୀ ଯେପରି ରହେ ଏମାନେ ମଧ୍ୟ ସେମିତି ରହିବେ । ବଣ୍ଡା ଜନଜାତିଙ୍କ ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା ହେଲେ ସେ ସବୁ ସୁବିଧା ସତେ ଯେମିତି ବାଟବଣା ହୋଇଛି। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲାରେ । ଆଧାରକାର୍ଡ ଏବଂ ଆଧାରକାର୍ଡ ସଂଶୋଧନ କରିବା ପାଇଁ ଆସି ୨୦ ବଣ୍ଡା ଆଦିବାସୀଙ୍କୁ ରାତ୍ରି ବିତେଇବାକୁ ପଡିଛି ବସଷ୍ଟାଣ୍ଡରେ । ଏହି ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି ରହି ମଧ୍ୟ ଏମାନଙ୍କ ଅବସ୍ଥା ଯଥା ପୂର୍ବମ ତଥା ପରମ।
ବଣ୍ଡା ଘାଟିରୁ ଆଧାରକାର୍ଡ ଓ ଆଧାର କାର୍ଡ ସଂଶୋଧନ ପାଇଁ ନିଜ ପିଲା ଛୁଆଙ୍କୁ ଧରି ଗତକାଲି ସକାଳୁ ଆସିଥିବା ବେଳେ ରାତ୍ରି ବିତାଇଥିଲେ ଏକ ବସଷ୍ଟାଣ୍ଡ ରେ। ଗୋବିନ୍ଦପାଲ୍ଲୀ ବସଷ୍ଟାଣ୍ଡରେ ରାତି ବିତେଇଛନ୍ତି ୨୦ ରୁ ଅଧିକ ବଣ୍ଡା ଆଦିବାସୀ।ବଣ୍ଡାଘାଟି ଓ ଏହି ବଣ୍ଡାଜନ ଜାତିଙ୍କ ଉନ୍ନତି ପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି ରହିଥିବା ସତ୍ୱେ ଏମାନଙ୍କ ଆଧାରକାର୍ଡ କିଭଳି ହୋଇନାହିଁ। ଯଦିଓ ହୋଇନାହିଁ ତେବେ ଏକ ସ୍ୱତନ୍ତ୍ର ଏଜେନ୍ସି ରହି ମଧ୍ୟ ଏମାନେ ବସଷ୍ଟାଣ୍ଡରେ ରାତି କେମିତି ବିତାଉଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ବଣ୍ଡା ଉନ୍ନୟନ ସଂସ୍ଥା ନାମକ ଏକ ସଂସ୍ଥା ଏହି ବଣ୍ଡାଘାଟିର ମୁଦୁଲିପଡାରେ ରହି କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ କାର୍ଯ୍ୟ ଦକ୍ଷତା ଏବଂ ଏମାନଙ୍କ ସ୍ଵଚ୍ଛତା ଉପରେ ଏବେ ପ୍ରଶ୍ନ ଉଠୁଛି । ସମସ୍ତ ସୁବିଧା ଥାଇ ମଧ୍ୟ ଏହି ଜନଜାତି ଏ ପର୍ଯ୍ୟନ୍ତ କାହିଁକି ସଚେତନ ହୋଇପାରୁନାହାନ୍ତି । ଏମାନଙ୍କ ଆଧାର ଓ ଆଧାର କାର୍ଡ କିଭଳି ସଂଶୋଧନ ହୋଇନାହିଁ । ଯଦିଓ ହୋଇନାହିଁ କଣ ସେମାନେ ଏକ ଖୋଲା ଆକାଶ ତଳେ ଏକ ବସଷ୍ଟାଣ୍ଡରେ ରାତି କାଟିବେ।ନିଶ୍ଚିତ ଭାବେ ଏହା ଏକ ଦୁଃଖ ଦାୟ ଘଟଣା।
ଅନ୍ୟପକ୍ଷରେ ଏ ବିଷୟରେ ସେ ଅବଗତ ନଥିବା କହି ସଚେତନ କରାଯାଉଛି ବୋଲି ବଣ୍ଡା ଉନ୍ନୟନ ସଂସ୍ଥାର ଅଧିକାରୀ ଦେବେନ୍ଦ୍ର ମାହାରୀ କହିଛନ୍ତି।