ଚମ୍ପୁଆ,ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଇଦ୍ ଉଲ୍ ଫିତର ପାଳିତ ହୋଇଯାଇଛି। ରମଜାନ ମାସର ଶେଷରେ ଚାନ୍ଦ ଦେଖିବା ପରେ ଆଜି ପ୍ରତ୍ୟୁଷରୁ ଶୁଦ୍ଧପୁତ ହୋଇ ନୂତନ ବସ୍ତ୍ର ପରିଧାନ କରି ଆଲ୍ଲାଙ୍କ ନିକଟରେ ବିଶ୍ଵଶାନ୍ତି ଓ ବିଶ୍ଵକଲ୍ୟାଣ ପାଇଁ ସମବେତ ନମାଜ ପାଠ କରି ଦୁଆ ମାଗିଥିଲେ। ଏହାପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇ ସିମେଇ, ଲଛା, ମିଠା ଖାଇ ଖୁସି ମନାଇ ଥିଲେ। ଏକ ସୁନ୍ଦର ସୁସ୍ଥ ବାତାବରଣରେ ଶୃଙ୍ଖଳା ଓ ଭାଇଚାରାରେ ଇଦ୍ ପାଳନ କରିବା ସହିତ ଘର ଘର ଯାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ସମ୍ବେଦନଶିଳ ସ୍ଥାନ ମାନଙ୍କରେ ପୋଲିସ ମୁତୟନ କରାଯାଇଥିଲା। କେନ୍ଦୁଝର ପୁରୁଣା ସହର ଜୁମ୍ମା ମସଜିଦରେ ମୌଲାନା ଈର୍ଷାଦ ଆଲମ୍ ଫୈଜି, ମାଗୁର୍ଗଡିଆ ମସଜିଦ ଏ ଉମରରେ ମୌଲାନା ମୋତି ଉଦ୍ଦିନ, ବୁଲାଦ୍ଵାର ସାହି ମସଜିଦ ଏ ବେଲାଲରେ ମୌଲାନା ତାହିର୍ ହୁସେନ, କେନ୍ଦୁଝର ଜିଲ୍ଲା କାରାଗାରରେ ମୌଲାନା ହାଫିଜ୍ ଉଜେର, ଝୁମ୍ପୁରା ଯୁମ୍ମା ମସଜିଦରେ ମୌଲାନା ନାୟମତୁଲ୍ଲାଉମରି, ଲାଲ ମସଜିଦରେ ମୌଲାନା କମାର ହପିଜ୍, ଥାନା ମୋହଲ୍ଲା ମସଜିଦରେ ମୌଲାନା ମହମ୍ମଦ କୌସିସ, ଇସଲାମ ପୁର ମସଜିଦରେ ମୌଲାନା ଇର୍ଫାନ, ସହିଦ ନଗର ମସଜିଦରେ ହାଫିଜ୍ ଜୁଲ୍ଫିକର, ଘଟଗାଁ କୁସୁନପୁର ମସଜିଦରେ ମୌଲାନା ମହମ୍ମଦ ମୁବାରକ, ଯୋଡ଼ା ମଦିନା ମସଜିଦରେ ମୁଫ୍ତି ଜୁନେଦ ସାହେବ୍, ମସଜିଦ କମରରେ ମୌଲାନା ଗନି ହାଫିଜ୍, ବଡବିଲ ଯୁମ୍ମା ମସଜିଦରେ ମୌଲାନା ସାୟେଦ ଇମାମୁଦ୍ଦିନ ହସମୀ, ସିରାଯୁଦିନ ଛକ ଜାମା ମସଜିଦରେ ମୌଲାନା ଖଲିକୁର ରହମାନ, ଚମ୍ପୁଆ ଅହଲେ ହଦିସ ମସଜିଦରେ ମୌଲାନା ଗୌହର, ଉସ୍ମାନ, ଗନୀ ମସଜିଦରେ ମୌଲାନା ଖାଲିକ ଶୈଫୁଲ୍ଲା ନମାଜ ପାଠ କରାଇବା ସହିତ ଆଲ୍ଲାଙ୍କ ପବିତ୍ର ବାଣୀ ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ।
ଏହି ଅବସରରେ ବହୁ ଯୁବ ମୁସଲିମ ସ୍ବେଚ୍ଛାସେବୀ ଶୃଙ୍ଖଳିତ ଭାବେ ନମାଜ ପାଠ କରାଇବା ଦିଗରେ ସହାୟତା କରିଥଲେ।