
କନ୍ଧମାଳ, ଫୁଲବାଣୀ ସହରର ପିଅନପଡା ସ୍ଥିତ ମିଶନ ଶକ୍ତି ଗୃହ ଠାରେ ୭୦ ଜଣ କିଶୋରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଶିଶୁବିକାଶ ପରିଦର୍ଶିକା କମଳିନୀ ନାୟକ ଶିଶୁମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା କରିଥିଲେ। ଫୁଲବାଣୀ ଚାଇଲ୍ଡଲାଇନ୍ ତରଫରୁ ଶିବଶଙ୍କର ବେହେରା (୧୦୯୮) ଟୋଲ୍ ଫ୍ରି ସେବା, ବାଲ୍ୟବିବାହ ଓ ଯୌନ ନିରାପତ୍ତା ସୁରକ୍ଷା ଆଇନ ସମ୍ପର୍କରେ ବୁଝେଇ ସୁରକ୍ଷିତ ଓ ଅସୁରକ୍ଷିତ ଛୁଆ ସମ୍ପର୍କରେ ସଚେତନତା କରି ଶିଶୁ ମାନଙ୍କ ଭୟ ଦୂର କରିଥିଲେ ଏବଂ ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ପ୍ରଭାସ ରଞ୍ଜନ ନାୟକ ଗ୍ରୀଷ୍ମ ଛୁଟି ସମୟରେ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ ପ୍ରତି ସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ।
କାର୍ଯ୍ୟକ୍ରମରେ ଓଲ୍ଡ ଏଲଆଇସି କଲୋନିର ଅଙ୍ଗନଓ୍ବାଡି କର୍ମୀ ଜିନତା ଦିଗାଲ, ଅମଲାପଡାର ରଜନୀ କହଁର, ଫରେଷ୍ଟ କଲୋନୀର ପୁଷ୍ପାଞ୍ଜଳି ନାୟକ, ବାପୁଜୀ ନଗରର ଗୀତାଞ୍ଜଳୀ କହଁର, ମଲ୍ଲିକ ସାହିର ସୁରମା ମଲ୍ଲିକ, ହାଟପଦାର ସରସ୍ବତୀ କହଁର, ଭଗବତି ସାହିର ମୁନି ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଓ ବାଲ୍ୟବିବାହକୁ ସହରରୁ ସମ୍ପୁଣ୍ଣ ବନ୍ଦ କରିବା ପାଇଁ ସାମୁହିକ ଶପଥପାଠ କରେଇଥିଲେ। ଶେଷରେ ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ସୁଶ୍ରୀ ରାଜଲକ୍ଷ୍ମୀ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।