କେନ୍ଦୁଝର , ଓଡିଶା ଏକ ନମ୍ବର ରାଜ୍ୟ ବୋଲି ସରକାରଙ୍କ ପକ୍ଷରୁ ଡିଣ୍ଡିମା ପିଟା ଯାଉଛି । ଗତ ଦୀର୍ଘ ବର୍ଷ ପୂର୍ବରୁ ପ୍ରତ୍ୟେକଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଂଚାଇବାର ଦାୟିତ୍ୱ ସରକାର ନେଇଥିବା ଘୋଷଣା ମଧ୍ୟ କରିଥିଲେ । କିନ୍ତୁ ଅଦ୍ୟବଧି ସରକାର ତାଙ୍କ ପ୍ରତିଶ୍୍ରୃତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଯେଉଁଥିପାଇିଁ ଆଜି ବି ଜିଲ୍ଲାର ଅଧିକାଂଶ ଅଂଚଳର ଅଧିବାସୀ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇିଁ ଡହଳ ବିକଳ ହେଉଛନ୍ତି । କିନ୍ତୁ ସବୁଠାରୁ ଦୁଖଃର ବିଷୟ ହେଉଛି ଯେ ଏହି ଗରିବ ଅଧିବାସୀ ମାନଙ୍କ ଦୁଖଃ ଶୁଣିବାକୁ କେହି ଆଗ୍ରହ ବି ପ୍ରକାଶ କରୁ ନାହିଁନ୍ତି । ଏ କ୍ଷେତ୍ରରେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର , ବିଶେଷ ଭାବେ ଗ୍ରାମାଚଂଳର ଅଧିବାସୀ ମାନଙ୍କର ଅବସ୍ଥା ଅଧିକ ସଙ୍ଗୀନ । ସରକାର ମହିଳା ଶସକ୍ତକରଣର ବାହାସ୍ପୋଟ ମାରୁଥିବା ବେଳେ ସେହି ମହିଳା ମାନଙ୍କୁ ପ୍ରଚଣ୍ଡ ରୋଦ୍ରତାପରେ ପାଣି ଟୋପାଏ ସଂଗ୍ରହ କରିବା ପାଇିଁ ବିପଦପୁର୍ଣ୍ଣ ଅବସ୍ଥାରେ ମାଇଲ ମାଇଲ ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡୁଛି । ଏମାନଙ୍କ ପାଇିଁ ପ୍ରାୟତଃ ଚୁଆ ପାଣି ହିଁ ଏକମାତ୍ର ଭରସା ପାଲଟି ଥିବା ଦେଖାଯାଉଛି । ଏଭଳି ସ୍ଥିତିରେ ପାଟଣା ବ୍ଳକ ର ଜଡିଚାତର ଗ୍ରାମକୁ ଅନୁଧ୍ୟାନ କରାଯାଇପାରେ । ଏହି ଜଡିଚାତର ଗ୍ରାମରେ ତିନୋଟି ସାହୀ ରହିଥିବା ବେଳେ ଜନ ସଂଖ୍ୟା ଏକ ହଜାରରୁ ଅଧିକ ଏବଂ ଅଧିକାଂଶ ପରିବାର ଆଦିବାସୀ ସଂପ୍ରଦାୟର । ଏହି ଗ୍ରାମରେ ମାତ୍ର ୨ ଟି ନଳକୂପ ରହିଥିବା ବେଳେ ସେ ମଧ୍ୟରୁ ଗୋଟିଏରୁ ପ୍ରାୟତଃ ପାଣି ବାହାରୁ ନଥିବା ବେଳେ ଅନ୍ୟଟିରୁ ଯଦିଓ ପାଣି ବାହାରୁ ଅଛି ତାହା ବହୁ କଷ୍ଟରେ ଘଟାଂରେ ବାଲଟିଏ ମାତ୍ର । ମାସ ମାସ ଧରି ବର୍ଷାର ଦେଖା ନଥିବା କାରଣରୁ ପୋଖରୀ ଗାଡିଆ ସବୁ ଶୁଖିଲା ପଡିଛି । ଫଳରେ ଗ୍ରାମର ମହିଳା ମାନଙ୍କୁ ପାଣି ସଂଗ୍ରହ କରିବାକୁ ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଜଙ୍ଗଲ ପାଖ ବିଲ ଭିତରେ ଥିବା ଏକ କାଦୁଅଭର୍ତି ପୋଖରା ନିକଟରେ ଚୁଆ ଖୋଳି ସେଥିରୁ ଜଳ ସଂଗ୍ରହ କରିବାକୁ ପଡିଥାଏ । ଯଦିଓ ସେହି ପାଣି ବ୍ୟବହାର ଉପେଯାଗୀ ନୁହେଁ , ତଥାପି ବାଧ୍ୟହୋଇ ସେମାନଙ୍କୁ ସେହି ପାଣିରେ ରୋଷାଇ ଠାରୁ ଆରମ୍ଭ କରି ଗାଧୁଆପାଧୁଆ , ପିଇବା , ଖାଇବା ସବୁ କାମରେ ବ୍ୟବହାର କରିବାକୁ ପଡିଥାଏ । ସେହି ବ୍ୟବହାର ଅନୁପେଯାଗୀ ଜଳ ବ୍ୟବହାର କରି ଯଦିଓ ସେମାନେ ଅନେକ ସମୟରେ ବିଭିନ୍ନ ଅଜଣା ରୋଗରେ ପଡିଥାନ୍ତି ତଥାପି କିଛି ଉପାୟ ନାହିଁ ବୋଲି କୁହନ୍ତି ଗ୍ରାମର ଲଳିତା ନାଏକ ପ୍ରମୁଖ । ସେ ଅଂଚଳରେ ପ୍ରାୟତଃ ବନ୍ୟଜନ୍ତୁ ଭୟ ରହୁଥିବାରୁ ପାଣି ସଂଗ୍ରହ ପାଇିଁ ଦଳବଦ୍ଧ ହୋଇ ଯିବାକୁ ପଡିଥାଏ ବୋଲି କହିଛନ୍ତି ଲକ୍ଷ୍ମୀ ନାଏକ , ଭାନୁମତୀ ନାଏକ , ଅମ୍ରିତ ମହାନ୍ତ ପ୍ରମୁଖ ଗ୍ରାମବାସୀ ମାନେ । ଏହି ଅଂଚଳରେ ଜଳର ଏତାଦୃଶ୍ୟ ଉତ୍କଟ ଅଭାବ ସଙ୍ଗକୁ ଲୋକମାନଙ୍କର ବିଶେ ଷ ଭାବେ ମହିଳା ମାନେ ଭୋଗୁଥିବା କଷ୍ଟ ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ପ୍ରମୁଖଙ୍କ ନିକଟରେ ବାରମ୍ବାର ଗୁହାରୀ କରିଆସୁଥିଲେ କେହି ହେଲେ ବି ସେମାନଙ୍କର ଦୁଖଃ ଶୁଣୁ ନଥିବା ସେମାନେ କହିଛନ୍ତି । ଏପଟେ ବିଡିଓ ,ସରପଂଚ ମଧ୍ୟ ସେମାନଙ୍କ ମତମତ ଦେଲେନାହିଁ ।
Related Stories
November 22, 2024