
ଭୁବନ – ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଚିତ ରଂଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ତାଲିମ ଶିବିରକୁ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ରଶ୍ମି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛାତ୍ରୀ ମାନେ ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ବିଭିନ୍ନ କୌଶଳ ଶିକ୍ଷାକରି ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଡଃ ମିଶ୍ରମତବ୍ୟକ୍ତ କରିଥିଲେ । ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାରଦା ପ୍ରସନ୍ନ ପତି ମୁଖ୍ୟବକ୍ତା ଭାବେ ଯୋଗଦେଇଆତ୍ମରକ୍ଷା ତାଲିମ କୁ କାର୍ଯ୍ୟରେ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ମଠକରଗୋଳା ମହାବିଦ୍ୟାଳୟର ବିଭାଗୀୟ ସଂଯୋଜକ ପ୍ରଶାନ୍ତ କୁମାର ମିଶ୍ର,ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରି ଏହା ଛାତ୍ରୀ ମାନଙ୍କୁ ସଶକ୍ତିକରଣ କରିବା ସହ ସୁରକ୍ଷା ପ୍ରଦାନ କରିବ ବୋଲି କହିଥିଲେ । \nଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ପ୍ରଫେସର ସୁଧାଂଶୁ ପାତ୍ର,ଅଧ୍ୟାପିକା ସବିତା ପଟ୍ଟନାୟକ,ସ୍ୱପ୍ନିତା ରାଉତ,ଦିପ୍ତୀମୟୀ ସାହୁ,ସବିତା ଦେହୁରୀ,ଅମ୍ରିତାଞ୍ଜଳି ମିଶ୍ର,ଶ୍ରୀଲେଖା ରାୟ,ପ୍ରମୋଦିନୀ ପରିଡା ପ୍ରମୁଖ ଯୋଗଦେଇଥିଲେ । ମାଷ୍ଟ୍ରର ଟ୍ରେନରପିନାକୀ ସ୍ୱାଇଁ,ବର୍ଷାରାଣୀ ପରିଡା ୩ ଟି ପର୍ଯ୍ୟାୟ ରେ ୩ଶହ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଅଧ୍ୟାପିକା ଅର୍ଚ୍ଚିତା ମହାମନସିଂ ଧନ୍ୟବାଦ ଅର୍ପଣ କରିଥିଲେ ।