ଭବାନୀପାଟଣା, ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ଠାରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ଷୋହଳ ସଂସ୍କାର କାର୍ଯ୍ୟକ୍ରମ ୧୭ ତାରିଖରୁ ଆରମ୍ଭ ହୋଇଛି। ଏହା୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏହି ମହାଯଜ୍ଞରେ ମୁଖ୍ୟ କର୍ତ୍ତା ଭାବରେ ଗିରିଧାରୀ ପାୟସିଂହ ଦମ୍ପତି ସହ ନବ କୁଣ୍ଡରେ ନବ ଗୋଟି ଦମ୍ପତି ସହ ଅଂଚଳର ଶହ ଶହ ଗାୟତ୍ରୀ ପରିବାର ଭକ୍ତ ମାନେ ଆଧ୍ୟାତ୍ମିକ ଭକ୍ତିରେ ମଜ୍ଜି ଯାଇଥିଲେ।
ଏହି କାର୍ଯ୍ୟକ୍ରମରେ ଟୋଲୀ ନାୟକ ଓ ସାଥି ମାନେ ଗାୟତ୍ରୀ ଶକ୍ତିପୀଠରେ ଯୋଗଦାନ କରି ସୁନ୍ଦର ଭାବରେ ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏବଂ ପରମ ପୂଜ୍ୟା ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ସୂକ୍ଷ୍ମ ସଂରକ୍ଷଣରେ ଏହି ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସୁନ୍ଦର ଭାବରେ ପରିଚାଲନା କରାଯାଇଛି। ଗତକାଲି ଅନେକ ମହିଳା ଉଦନ୍ତୀ ନଦୀରୁ କଳସ ଯାତ୍ରା କରିଥିଲେ। ହରି ବୋଲ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଯଜ୍ଞରେ କୁଣ୍ଡା ବୁରା, ଗର୍ଭ ସଂସ୍କାର, ମୁଣ୍ଡନ ସଂସ୍କାର, ଦୀକ୍ଷା ସଂସ୍କାର, ବିବାହ ସଂସ୍କାର ଇତ୍ୟାଦି ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ କରାଯାଇ ଧାର୍ମିକ ଚେତନା ଜାଗ୍ରତ କରିବାର ମୂଳ ଲକ୍ଷ୍ୟ, ମନୁଷ୍ୟ ଭିତରେ ଦେଵତ୍ଵର ରୋପଣ ଏବଂ ଧରା ପୃସ୍ଠେ ସ୍ଵର୍ଗର ଅବତରଣ ତଥା ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ, ସାମାଜିକତା ନିର୍ମାଣ ଏହାର ଉଦ୍ଦେଶ୍ୟ ବୋଲି ପ୍ରକାଶ।
ଏହି ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞରେ ଗଣେଶ ପ୍ରଧାନ ବିଭିନ୍ନ ପ୍ରାନ୍ତରୁ ଗାୟତ୍ରୀ ପରିଜନ ଦକ୍ଷ କୁମାର ସାହୁ, ଅରୁଣି, ନବ, ପ୍ରଭାକର, ବିଷ୍ଣୁ ପ୍ରମୁଖ ପରିଚାଳନା କରୁଥିବା ବେଳେ ଏହା ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଭକ୍ତ ତଥା ଦର୍ଶକ ମାନଙ୍କୁ ଅନ୍ନଛତ୍ର ପ୍ରସାଦ ସେବନ କରିବାର ବ୍ୟବସ୍ଥା ଠିକ ଭାବରେ ପରିଚାଳନା କରାଯାଉଥିବା ଜଣାଯାଏ।