ବଲାଙ୍ଗିର, ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପ ଠାରେ ସଡକ ସୁରକ୍ଷା ସଂପର୍କିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ରେଡକ୍ରସ କର୍ମି, ରାଜ୍ୟ ସ୍ତରୀୟ ରକ୍ଷକ ମାଷ୍ଟର ଟ୍ରେନର ତଥା ସଇନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶଙ୍କୁ ଗୋଲଡେନ ଆୱାର ହିରୋ ଭାବରେ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟା ସୁଲତା ଦେଓ, କମିଶନର ପୋଲିସ ଆୟୁକ୍ତ (ଆଇପିଏସ) ଡ. ସୌମେନ୍ଦ୍ର ପ୍ରୀୟଦର୍ଶି, ଆଇପିଏସ୍ ସଂଜୀବ ପାଟଯୋଶୀ, ଆଇଏଏସ୍ ପାର୍ଥସାରଥି ମିଶ୍ର, ରାଜ୍ୟ ପରିବହନ ଯୁଗ୍ମ କମିଶନର ଆଇପିଏସ୍ ସଂଜୀବ କୁମାର ବିଶ୍ଵାଳ, କଳିଙ୍ଗ ହସ୍ପିଟାଲର ମେନେଜିଂ ଡାଇରେକ୍ଟର ଡ. ନୀଲାଜଂନ ମୁଖାର୍ଜି, ଆପୋଲୋ ହସ୍ପିଟାଲର ଚିଫ୍ ଏକ୍ଜ୍ୟୁକିଟିଭ ଅଫିସର ଡ. ଆଲୋକ ଶ୍ରୀବାସ୍ତବ, ଶୁଶ୍ରୁତ ହସ୍ପିଟାଲର ଡ. ଅକ୍ଷୟ କୁମାର ରାଉତ, କଳିଙ୍ଗ ଗୌରବ ଟ୍ରଷ୍ଟର ପ୍ରୟୋଜକ କେ. ତମନ୍ନା, ସଂପାଦିକା ଚିଦାତ୍ମିକା ଖଟୁଆ, ପ୍ରାକ୍ତନ ଓଡିଶା ରାଜ୍ୟ ରେଡକ୍ରସ ସୋସାଇଟିର ସଂପାଦିକା ମେଜର ଡ. କଳ୍ପନା ଦାଶ, ଓଲିଉଡ ଅଭିନେତା ତଥା ପୂର୍ବତନ ଲୋକସଭା ସଦସ୍ୟ ସିଦ୍ଧାନ୍ତ ମହାପାତ୍ର, ଅକ୍ଷୟ ଦାଶ ନାୟକ, ଶ୍ରାବଣୀ ପ୍ରମୁଖ ଉପସ୍ଥିତ ରହି ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିବିଶେଷଙ୍କ ଅମୂଲ୍ୟ ଜୀବନ ବଂଚାଇବା ଦିଗରେ ମହାନ କାର୍ଯ୍ୟ ସଂପାଦନ କରିଥିବାରୁ ରାମ ନାରାୟଣ ଦାଶଙ୍କୁ ଗୋଲଡେନ ଆୱାର ହିରୋ ଭାବରେ ପୁରସ୍କୃତ କରି ପ୍ରମାଣପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ । ଓଡିଶା ସରକାରଙ୍କ ତରଫରୁ ଆସନ୍ତା ଏକ ବର୍ଷ ପାଇଁ ରାମ ନାରାୟଣ ଦାଶ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଅଂଚଳରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ତ୍ଵରାନ୍ବିତ କରି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ ଜାତୀୟ ସ୍ତରଠାରୁ ରାଜ୍ୟର ଦୁର୍ଘଟଣା ମୃତ୍ୟହାର କମ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ସେଥିପାଇଁ ଓଡିଶା ରାଜ୍ୟ ସରକାର ବିଭିନ୍ନ ଲଜିଷ୍ଟିକ ତଥା ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଯୋଜନା କରିଛନ୍ତି ।
ପ୍ରକାଶଥାଉକି, ଶ୍ରୀ ଦାଶ ପୂର୍ବରୁ ଓଡିଶା ସରକାରଙ୍କ ଠାରୁ ଏକମାତ୍ର ବ୍ୟକ୍ତି ଯିଏକି ରାଜ୍ୟ ସମାଜସେବୀ ଭାବରେ ପୁରସ୍କୃତ ହୋଇଥିଲେ ।