ଭଦ୍ରକ – ତ୍ୟାଗ ଓ ବଳିଦାନର ଗୌରବୋଦୀପ୍ତ ଭୂମି ଭଦ୍ରକ। ଐତିହାସିକ ରଣାଙ୍ଗନ ଭାବରେ ଗୋହିରା ଟିକିରି, ଭଣ୍ଡାରିପୋଖରୀ ତଥା ରକ୍ତତୀର୍ଥ ଇରମ ଲୁଣିଆ ଆଦିକୁ ବନ୍ଦନୀୟ ଭଦ୍ରକ ମାଟି ବୀରତ୍ବର ଆହ୍ବାନ ତୋଳିଛି। ଜାତିର ଐତିହ୍ୟ ରକ୍ଷା ନିମନ୍ତେ େଯଉଁ ବୀର ସନ୍ତାନମାନେ ଆତ୍ମୋତ୍ସର୍ଗ କରିଛନ୍ତି। ତା’ର ରକ୍ତକ୍ଷରା ଦଲିଲ ହେଉଛି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ଆଜି ବୁଧବାର ଅପରାହ୍ଣ ୪ଟା ସମୟରେ ରକ୍ତତୀର୍ଥ ଇରମ ଓ ଲୁଣିଆ ମାଟିରୁ ଶହୀଦ ସ୍ମାରକୀ ମଶାଲ ଶୋଭାଯାତ୍ରା ମହତାବ ଛକ ନିକଟରେ ପହିଥିଲା। ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ନେତୃତ୍ବରେ ଭଦ୍ରକର ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ, ସାହିତ୍ୟ ଅନୁଷ୍ଠାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଭାବେ ସାମିଲ ହୋଇ ମଶାଲ ଶୋଭାଯାତ୍ରାକୁ ଭଦ୍ରକ ସହର ପରିକ୍ରମା ପୂର୍ବକ ମହୋତ୍ସବ ସ୍ଥଳରେ ପହାଇଥିଲେ। ଶହୀଦ ସ୍ମୃତି ଭବନ ସମ୍ମୁଖରେ ଥିବା ସ୍ମାରକୀ ମରେ ମଶାଲ ସ୍ଥାପନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମନ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲ, ସମ୍ମାନିତ ଅତିଥି ଭାବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ମୁଖ୍ୟବକ୍ତା ଭାବେ ସଂସ୍କୃତି ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ନିଦ୍ର୍ଧେଶକ କଥାକାର ବିଜୟ ନାୟକ େଯାଗ ଦେଇ ତ୍ୟାଗଭୂମି ମହୋତ୍ସବ ଉଦ୍ଘାଟନ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିବା ବେଳେ ଅଧ୍ଯାପକ ବିଶ୍ବରଂଜନ ଦାସ ଅତିଥିମାନଙ୍କୁ ମ ଆବାହନ କରିଥିଲେ। ସମ୍ମେଳନର ସଭାପତି ଅଜୟ ନାୟକ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସµାଦକ ତୁଷାରକାନ୍ତି ମହାନ୍ତି ସµାଦକୀୟ ବିବରଣୀ ପ୍ରଦାନ କରିଥିଲେ। କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ରଚିତ ‘ତ୍ୟାଗଭୂମି ସଂଗୀତ’ ତିହିଡ଼ି ମହାବିଦ୍ୟାଳୟର ଅଧ୍ଯକ୍ଷ ସୁଦର୍ଶନ ନାୟକ ଓ ତାଙ୍କ ଛାତ୍ରମାନେ ପରିବେଷଣ କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସµାଦକ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନିଖôଳେଶ ଘୋଷଙ୍କ ପରିଚାଳନାରେ ଭୁବନେଶ୍ବରର ନୂପୁର ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
Related Stories
November 5, 2024