ସାନଖେମୁଣ୍ଡି : ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଅବକାରୀ ବିଭାଗ ଜନିତ ଆଲୋଚନାର ନିଷ୍ପତ୍ତିକୁ ନେଇ ସମ୍ପ୍ରତି ବିଭାଗ କ୍ରିୟାଶୀଳ ହୋଇଥିବା ଜଣାଯାଇଅଛି। ଅବକାରୀ ବିଭାଗ ଅନ୍ତର୍ଗତରେ ଜିଲ୍ଲାରେ ଚାଲୁଥିବା ନିଷିଦ୍ଧ ଗଞ୍ଜେଇ ଚାଷକୁ ନିରୁତ୍ସାହିତ କରାଯିବ ସହିତ ବିଭାଗ ତରଫରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଥିବା ନଜରକୁ ଆସିଅଛି। ଏହି କ୍ରମରେ ଆଜି ବ୍ରହ୍ମପୁର ଅବକାରୀ ଉପ ଅଧିକ୍ଷକ ଶ୍ରୀ ଅଜିତ କୁମାର ସ୍ୱାଇଁଙ୍କ ତତ୍ୱାବଧନରେ ପୋଲିସ ପ୍ରଶାସନ ପକ୍ଷରୁ ପାଟପୁର ଥାନା ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଦିଗପହଣ୍ଡି ତହସିଲଦାର ଶ୍ରୀ ଆଦିତ୍ୟ କୁମାର ସ୍ୱାଇଁଙ୍କ ମାଜିଷ୍ଟ୍ରେଟ କ୍ଷମତା ବଳରେ ଥାନା ଅନ୍ତର୍ଗତରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଅଛି। ମିଳିଥିବା ତଥ୍ୟ ଅନୁଯାୟୀ ଆଜି ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଯାୟୀ T.ଗୋବିନ୍ଦପୁର ପଞ୍ଚାୟତର ଖପରାବାଡ଼ ନିକଟ ଘଞ୍ଚ ଜଙ୍ଗଲରେ କରାଯାଇଥିବା ବ୍ୟାପକ ଗଞ୍ଜେଇ ଚାଷକୁ ପ୍ରଶାସନ ନଷ୍ଟ କରିଅଛି। ୩୨୬ ଜାତୀୟ ରାଜପଥ ଦିଗପହଣ୍ଡି ରୁ ତପ୍ତପାଣି ରାସ୍ତାର ଲଷ୍ମୀନାରାୟଣ ଗ୍ରାମ ଠାରୁ ୫ରୁ୬ କିଲୋମିଟର ଧୁରରେ ଥିବା ବନାଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ହାତ କରି କିଛି ଗଞ୍ଜେଇ ମାଫିଆଙ୍କ ଦ୍ୱାରା କରାଯାଇଥିବା ପ୍ରାୟ ଦୁଇରୁ ତିନି ଏକର ପରିମିତ ଗଞ୍ଜେଇ ଗଛକୁ କାଟି ଗଦା କରାଯିବ ସହିତ ନିଆଁ ଲଗାଇ ନଷ୍ଟ କରାଯାଇଅଛି। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ୧୨ରୁ୧୫ ଲକ୍ଷ ହୋଇଥିବା ଆକଳନ କରାଯାଇଅଛି। ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ମାଫିଆ କବଳିତ ମକ୍ତି ଅଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ବେଳେ ନିରୀହ ଅଧିବାସୀ ନିଜକୁ ସୁରକ୍ଷା ଏହି ଚାଷଜମିକୁ ନିଷିଦ୍ଧ କରାଯିବାକୁ ମତ ପ୍ରକାଶ କରିଛନ୍ତି। କରାଯାଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ବ୍ରହ୍ମପୁର ରେଞ୍ଜ ଇନ୍ସପେକ୍ଟର ରୋଷନ ଇସୁ ହଂସଦା, ଚିକିଟି ରେଞ୍ଜର ଲକ୍ଷ୍ମଣ କୁମାର ଷଡଙ୍ଗୀ, ଦିଗପହଣ୍ଡି ଇନ୍ସପେକ୍ଟର ଅଭିରାମ ସାହୁ, ଗୋଳନ୍ତରା ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ବ୍ରହ୍ମପୁର ଅବକାରୀ ସ୍ପେଶାଲ ଫୋର୍ସ ଇନ୍ସପେକ୍ଟର ବାଳକୃଷ୍ଣ ପରିଡା, ପାଟପୁର ଥାନା ପକ୍ଷରୁ ସବଇନ୍ସପେକ୍ଟର ଶ୍ରୀ ଶୁଭ୍ରଜିତ ସାମନ୍ତରାୟଙ୍କ ସହ ଦକ୍ଷିଣାଅଞ୍ଚଳ ଅବକାରୀ ଗୁଇଳା ସଂସ୍ଥାର ସେଇ ଦନାର୍ଦ୍ଧନ ମଙ୍ଗରାଜ ସଦଳବଳେ ଉପସ୍ଥିତ ରହି ଅଭିଯାନକୁ ସଫଳ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
September 19, 2024
September 19, 2024