
ଆଜି – ବୁଧବାର ଦିନ ଭବାନୀପାଟଣାର ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ପରିଷଦ ପକ୍ଷରୁ ଦିଆଯାଇଥିବା ପାଣ୍ଠିର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ସମ୍ପର୍କରେ ସମୀକ୍ଷା କରିଥିଲେ ।ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଗୋଟି ଗୋଟି କରି ଆଜି ପର୍ଯ୍ୟନ୍ତ ଦିଆଯାଇ ଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରି ସନ୍ତୋଷ ପ୍ରକଟ କରିଥିଲେ । 2016 ରୁ 2019 ଭିତରେ ଦିଇଯାଇ ଥିବା ସମସ୍ତ ପ୍ରକଳ୍ପ ଶୀଘ୍ର ସମୂର୍ଣ୍ଣ କରି ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦେଶ ଦେବାସହ ପ୍ରତ୍ୟେକ ବ୍ଲକ ଅଂଚଳରେ ଅନ୍ତତଃ ଗୋଟିଏ ପଞ୍ଚ।ୟତକୁ ମଡେଲ ପଞ୍ଚ।ୟତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ଏହାପରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯାଇ କଳାହାଣ୍ଡି ମହୋତ୍ସବର ପ୍ରସ୍ତୁତି ବୈଠକୁ ସମ୍ବୋଧିତ କରିବା ସହିତ “ଉତ୍ତମ ଲୋକସେବା ପାଇଁ” ମଦନପୁର ରାମପୁର ବିଡ଼ିଓ ରୋମାନା ଜାଫରି କୁ ସମ୍ମାନିତ କରିଥିଲେ ।ଏହି ସଭାରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଗୋଭିଲ ପରାଗ ହର୍ଷଦ, ଜିଲ୍ଲାର ସମସ୍ତ ଅଫିସର, ସହରର ବରିଷ୍ଠ ବୁଦ୍ଧିଜୀବୀ,ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବିକାଶ ପରିଷଦର ଡେପୁଟି ଡ଼ାଇରେକ୍ଟର ଶ୍ରୀମତୀ ମାନସୀ ଶତପଥୀ ଉପସ୍ଥିତି ଥିଲେ।