ଭୁବନେଶ୍ୱର, ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଛି । ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି । ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ । ୧୦ ରୁ ୧୨ ଦିନ ଧରି ମୂଲ୍ୟାୟନ ଚାଲିବ ।
ମୂଲ୍ୟାୟନ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଉତ୍ତରଖାତା ଗୁଡ଼ିକୁ ସୁରକ୍ଷାର ସହିତ ମୂଲ୍ୟାୟନ କେନ୍ଦ୍ରରେ ରଖାଯାଇଛି । ଖାତା ଦେଖା ସମୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।