ଭୁବନେଶ୍ୱର, ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ହେଉଥିବା ଅଭିଯୋଗ କରି ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍ନିକ । ଶୁକ୍ରବାର ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ କେତେ ଗୁଡ଼ିଏ ପ୍ରଶ୍ନ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି ସେ ଟଙ୍କା କାହାର? ଆଦାନୀ ମହାକେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୌନ ବ୍ରତ ଅବଲମ୍ବନ କରୁଛନ୍ତି କାହିଁକି? ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧିଙ୍କ ତରଫରୁ କରାଯାଇଥିବା ପ୍ରଶ୍ନର ଉତର ନରଖି ଏକତରଫା ଭାଷଣ ଦଉଛନ୍ତି କାହିଁକି?
ମୋଦି ସରକାରର ୮ ବର୍ଷ ମଧ୍ୟରେ ବିଶ୍ୱ ଧନୀ ତାଲିକାରେ ଆଦାନୀ ୬୦୯ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପଂହଚାଇବା ପଛରେ ଯାଦୁ କଣ?
ପୂର୍ବ କଂଗ୍ରେସ ସରକାର ଅମଳରେ ନିର୍ମିତ ହୋଇଥିବା ଜାତୀୟ ସମ୍ପତିକୁ ଆଦାନୀ ତଥା ମୁଷ୍ଟିମେୟ ପୁଞ୍ଜିପତି ମାନଙ୍କୁ ଗୋଟିଏ ପରେ ଗୋଟିଏ ଟେକି ଦିଆଯାଉଛି କାହିଁକି? କ’ଣ ରହିଛି ମୋଦି ଆଦାନୀ ସମ୍ପର୍କର ଗୁଢ଼ ରହସ୍ୟ? କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସବୁ ପ୍ରଶ୍ନ ଗୁଡ଼ିକୁ ପଚାରି ଉତର ମାଗୁଥିବା କାରଣରୁ ଭୟଭୀତ ମୋଦି ସରକାର ଆକ୍ରୋଶ ରାଜନୀତିର ଆଶ୍ରୟ ନେଇଛନ୍ତି । ଫେବୃଆରୀ ୨୭ ରୁ ମାର୍ଚ୍ଚ ୨୩ ଏକ ମାସରୁ କମ୍ ସମୟ ମଧ୍ୟରେ କୋର୍ଟ ରାୟ ଆସିବା ଓ ମାନହାନୀ ମୋକଦ୍ଦମାରେ ସର୍ବାଧିକ ୨ ବର୍ଷର ଦଣ୍ଡ ମିଳିିବା ପଛରେ ଯେ ଷଡ଼ଯନ୍ତ୍ର ଅଛି ।
ଚା ରାହୁଲ ଗାନ୍ଧୀ ଭୁତ କେନ୍ଦ୍ର ମୋଦି ସରକାର ଓ ବିଜେପି ଦଳ ଉପରେ ଏପରି ସବାର ହୋଇଛି ଯେ, ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବାକୁ ନଦେବା, ସଂସଦରେ କହିଥିବା ବକ୍ତବ୍ୟକୁ ବିବରଣୀରୁ ବାଦ ଦେବା ଓ ସଂସଦ ବାହାରେ ଦେଇଥିବା ଭାଷଣ ଉପରେ ସଂସଦରେ କ୍ଷମା ମାଗିବାର ଦାବୀ କରିବା ଏବଂ ତରବରିଆ ଭାବରେ ତାଙ୍କୁ ସଂସଦର ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବାକୁ ବାଧ୍ୟ କରିଛି ବୋଲି ଶ୍ରୀମତୀ ୟାଗ୍ନିକ ଅଭିଯୋଗ କରିଥିଲେ ।
ଶ୍ରୀମତୀ ୟାଗନିକ୍ କହିଥିଲେ ଯେ ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି, ସେତେବେଳେ ସମସ୍ତ ବିରୋଧି ଦଳ ଏକାଠି ହୋଇ ପ୍ରତିବାଦ କରିବା ଉଚିତ । ଗଣତନ୍ତ୍ରରେ ବିଶ୍ୱାସ ଥିବାର ଦାବୀ କରୁଥିବା ବିଜେଡ଼ି ଏ ସମୟରେ ଅନ୍ୟ ବିଜେପି ବିରୋଧି ରାଜନୈତିକ ଦଳ ସହ ସାମିଲ ହେବ ବୋଲି ମୁଁ ଆଶା କରୁଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ, ରାଜ୍ୟ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯିବା ସହ ସମଗ୍ର ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।