
-
ପୁରୀ ରେ ଡିଜେ ନିଷିଦ୍ଧ ପାଇଁ ଉଠିଲା ସ୍ବର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପ୍ରତିଟି ମଣିଷ ଅନ୍ୟ କୁ ସାହାଯ୍ୟ କରିବା ଆବଶ୍ୟକ |ଅନ୍ୟକୁ ଦେବାରେ ଆନନ୍ଦ ଉପଲବ୍ଧ କରିବା ଉଚିତ ।ମାନବ ସେବାକୁ ମାଧବ ଙ୍କ ସେବା ଭାବେ ଗ୍ରହଣ କରିବା ଭଲ । ଏହାଦ୍ବାରା ଅସହାୟ -ନିଃସହାୟଙ୍କ ମୁହଁ ରେ ହସ ଫୁଟିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି। ସାଗର ତରଙ୍ଗ ରେସିଡେନ୍ସି ସମ୍ମିଳନୀ କକ୍ଷରେ ସୂର୍ଯ୍ୟୋଦୟ ଫାଉଣ୍ଡେସନ ମୁମ୍ବାଇ ଓ ମିଶନ ଓଡ଼ିଶା ର ମିଳିତ ସହଯୋଗରେ ଅନୁଷ୍ଠିତ ଶ୍ରବଣଵାଧିତଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ ଉତ୍ସବ କୁ ଉଦଘାଟନ କରି ଶ୍ରୀଷଡଙ୍ଗୀ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପୁରୀ ରେ ଡିଜେ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ଆହ୍ୱାନ ଦେବା ସହ ଅକ୍ଷମ ଜନଗଣଙ୍କ ପାଇଁ ମିଶନ ଓଡ଼ିଶା କୁ ସମସ୍ତ ସହଯୋଗ ଦେବାକୁ ଘୋଷଣା କରିଥିଲେ। ବଦ୍ରି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କେବଳ ଶ୍ରବଣଵାଧିତ ନୁହେଁ, ଭିନ୍ନକ୍ଷମ, ଦୃଷ୍ଟି ବାଧିତଙ୍କ ପାଇଁ ପ୍ରଶାସନ ନେଉଥିବା ପଦକ୍ଷେପ ରେ ମିଶନ ଓଡ଼ିଶା ର ସହଯୋଗ ନିଆଯିବ ବୋଲି ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ର ପ୍ରଂଶସା କରିଥିଲେ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ର ଓ institute of health science ର ଉପ ନିର୍ଦେଶକ ମନୋଜ ସିଂହଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଭାରତୀୟ ସାମ୍ବାଦିକ ସଂଘ ର ପ୍ରସନ୍ନ କୁମାର ମହାନ୍ତି,ଶିଳ୍ପପତି ରାଜକିଶୋର ପାତ୍ର,ଚକ୍ରଧର ମହାପାତ୍ର,ଶିବ ନାରାୟଣ ସେନାପତି,ମନୋଜ ରଥ, ଡଃ ଅଭିମନ୍ୟୁ ଭୂୟାଁ, ଜୟନ୍ତୀ ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ଅନୀଲ କୁମାର ଦାଶ ପ୍ରମୁଖ ମୋଟ ୧୧୧ ଜଣ ଶ୍ରବଣଵାଧିତଙ୍କୁ ମୁକ୍ତଦେୟରେ ଶ୍ରବଣଯନ୍ତ୍ର ବଣ୍ଟନ କରିଥିଲେ। ଏଥିରେ ସତ୍ୟନାରାୟଣ ସାହୁ, ଦେବରାଜ ଦାସ, ସତ୍ୟନାରାୟଣ ପାତ୍ର, କେଦାରନାଥ ମହାପାତ୍ର, ଦୀପକ ପାତ୍ର, ରବିନ୍ଦ୍ର କୁମାର, ସୌମ୍ୟରଞ୍ଜନ ପାତ୍ର, ଶୁଭେନ୍ଦୁ ସାମନ୍ତରାଏ ପ୍ରମୁଖ ସହଯୋଗ କରିଥିବା ବେଳେ, ପଦ୍ମଶ୍ରୀ ଅନୁରାଧା ପୌଡୁୱଲ, ସୂର୍ଯ୍ୟୋଦୟ ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନକୁ ମିଶନ ଓଡ଼ିଶା ର ଉପଦେଷ୍ଟା ବିଭୁଦତ୍ତ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ।