ପୁରୀ ଆର୍ଟିଷ୍ଟ ଆଶ୍ସୋସିଏସନ ପକ୍ଷରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ବିଶ୍ଵ ନାଟ୍ୟ ଦିବସ ର ଦ୍ଵିତୀୟ ସନ୍ଧ୍ୟା ଧୁମଧାମର ସହ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟ ସଙ୍ଗୀତ ବିଶିଷ୍ଟ ଗୁରୁ ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ,ଗୋପାଳ ଚନ୍ଦ୍ର ଖୁଣ୍ଟିଆ,ଭଗବାନ ମହାସୁଆର,ସଂସ୍କୃତି ପ୍ରେମୀ ଉପେନ୍ଦ୍ର କୁମାର ଶର୍ମା,ଅନୁଷ୍ଠାନର ଉପଦେଷ୍ଟା ଚକ୍ରଧର ମହାପାତ୍ର ଏବଂ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଅନୁଷ୍ଠାନର ସଭାପତି ଭରତ କୁମାର ନାୟକ,କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସନ୍ଧ୍ୟାରେ ପ୍ରଦର୍ଶିତ ନାଟକ”ରାଜନନ୍ଦିନୀ”ର ନିର୍ଦ୍ଦେଶକ ରାମକୃଷ୍ଣ ମହାପାତ୍ର ଏବଂ ଅଭିନେତ୍ରୀ ମୃର୍ନାଲିନ ଦାସ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ଏହାପରେ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ “ରାଜନନ୍ଦୀନି” ପରିବେଷଣ କରାଯାଇଥିଲା ।ଯାହାର ରଚନା କରିଥିଲେ ଶ୍ରୀ ଗଣେଶ ମହାରଣା ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ରାମକୃଷ୍ଣ ମହାପାତ୍ର।ସଙ୍ଗୀତରେ ସଜାଇଥିଲେ ଅଞ୍ଜନ କୁମାର ଓ ମଞ୍ଚ ସଜାରେ ଶରତ ମହାନ୍ତି ରହିଥିଲେ ।ନାଟକକୁ ମଞ୍ଚରେ ଜୀବନ୍ତ କରିଥିଲେ କାର୍ତ୍ତିକ ଖଟେଇ,ରବି ଖଟେଇ,ଶକ୍ତି ପ୍ରସାଦ ମହାନ୍ତି,ଭବାନୀ ପ୍ରସାଦ ମିଶ୍ର,ବିଦ୍ୟାଧର ମହାରଣା,ସ୍ଵସ୍ତିକ ମହାନ୍ତି ଓ ମୃର୍ନାଲିନ ମହାନ୍ତି ।ନିଜର ନିଖୁଣ ଅଭିନୟରେ ମଞ୍ଚ ତଳେ ବସିଥିବା ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ କଳାକାର ମାନେ ।ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ପ୍ରତାପ କୁମାର ସାହୁ,ଶ୍ରୀମତୀ ଭାରତୀ ମହାପାତ୍ର,ସବିତା ହରିଚନ୍ଦନ ଓ ଶୁଭସ୍ମିତା ରାଉତରାୟ ସମ୍ପାଦନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024