କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପୁରୀ ବୃନ୍ଦାବତୀ ନିବାସ ଠାରେ ସନାତନ ପରମ୍ପରା ର ବାହକ ” ଜଗା ଚାକର ସଙ୍ଘ ” ପୁରୀ, ଓଡ଼ିଶା ତାହାର ପ୍ରଥମ ବାର୍ଷିକ ଉତ୍ସବ ବହୁ ନିରାଡମ୍ୱର ଶୈଳୀରେ ଅନୁଷ୍ଠିତ କରାଇଥିଲା l ଜଗନ୍ନାଥ ସଂସୃତି ଓ ସନାତନ ଧର୍ମ କୁ ସୁରକ୍ଷା ବଳୟ ଭିତରେ ବାନ୍ଧିବାର ପ୍ରଚେଷ୍ଟା କରାଇଥିଲେ l ଉକ୍ତ ଉତ୍ସବ ଟି ସାଧୁ ସନ୍ଥ ମଣ୍ଡଳୀ , ସମାଜ ସେବୀ ଓ ଶିକ୍ଷାବିତ୍ ଙ୍କର ସମାବେଶରେ ବହୁତ୍ ହୃଦୟ ର ଭାବମୟ ଓ ଗମ୍ଭୀର ହୋଇ ଉଠି ଥିଲା l
ଉକ୍ତ କାର୍ଯ୍ୟକ୍ରମରେ “ଜଗା ଚାକର ସଙ୍ଘ”ର ସଭାପତି, ଶ୍ରୀ ସଦାନନ୍ଦ ସାହୁ, ଉପସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ , ସମ୍ପାଦକ ଶ୍ରୀ ମନୋଜ କୁମାର ମହାପାତ୍ର , ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ, ଯୁଗ୍ମ ସମ୍ପାଦିକl ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ନିରୋଡ କୁମାର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ,କନକପ୍ରଭା ପରିଡା ଙ୍କ ବ୍ୟତୀତ ସଂଘ ବାହାରୁ ସ୍ବାମୀ ନିତ୍ୟ ପ୍ରେମାନନ୍ଦ ଗିରି, ପୁରୀ ବାଲିଘାଇ କ୍ରିୟା ଯୋଗ ଆଶ୍ରମରୁ
ଉପସ୍ଥିତ ଅତିଥି ଶ୍ରୀ ନୀଳମଣି ଗୁରୁ , ଗବେଷକ, ଶ୍ରୀ ମନ୍ଦିର ପୁରୀ ଶ୍ରୀ ବିକାଶ କୁମାର ମହାନ୍ତି ,ପୁରୀ ଜିଲ୍ଲା କଲ୍ୟାଣ ଅଧିକାରୀ,ଏବଂ ଆପଣଙ୍କ ସେବାରେ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ତଥା ଜଣେ ବାସ୍ତବ ବାଦୀ ସମାଜ ସେବୀ ଶ୍ରୀ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
ଉକ୍ତ ଉତ୍ସବ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଓ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ l ଆଶୀବାଣୀର ସ୍ରୋତ ବେଦ ପଠନ ପ୍ରଶୁ ଛାତ୍ର ଙ୍କ ଦ୍ଵାରା ପରିବେଶ ଟି ମୁଖରିତ ହୋଇ ଉଠିଥିଲା l ଗୀତା ଧ୍ୟାନ , କୁନି ଭଉଣୀ କ୍ରିଷ୍ଣା ର ମଙ୍ଗଳ ଗୀତ ଅତୀବ ଆନନ୍ଦ ଦାୟକ ଥିଲା l
ଜଗା ଚାକର ସଂଘ ର ଆଭିମୁଖ୍ୟ କୁ ଦର୍ଶାଇବାକୁ ଯାଇ ସଂଘ ର ସଭାପତି, ଉପସଭାପତି ଓ ସଂପାଦକ ମଣ୍ଡଳୀ ଏକ ମନରେ ସେମାନଙ୍କର ଆଗାମୀ ରଥ ଯାତ୍ରା ରେ ୨୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ ପରିବେଶ କୁ ସଫାକରିବା ଏବଂ ଭକ୍ତ ସମାବେଶ୍ ରେ ଅନ୍ନ,ମହା ନିର୍ମାଲ୍ୟ, ଭଗବତ୍ ଗୀତା ଓ ପ୍ରଭୁଙ୍କ ପ୍ରିୟ ଜିନିଷକୁ ବଣ୍ଟନ କରିବା l
ଏତତ୍ ବ୍ୟତୀତ ଭିନ୍ନ ଓଡ଼ିଶା ର ବିଭିନ୍ନ ସ୍ଥାନ ରେ ଅବହେଳିତ ଜରାଶ୍ରମ ଗୋଶାଳା , ରକ୍ତଦାନ ଶିବିର ଇତ୍ୟାଦି କାର୍ଯକ୍ରମ ଗୁଡ଼ିକୁ ଅନବରତ ଭାବରେ କରିଚାଲିଛନ୍ତି l
ଉକ୍ତ ସଭାରେ ଶତାଧିକ କର୍ମୀ ଓଡ଼ିଶାର ଦୂର ଦୂରାନ୍ତ ସ୍ଥାନରୁ , ଯୋଗଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଥିଲେ l