ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଠାରେ ଭାରତ ଜ୍ଞାନ ବିଜ୍ଞାନ ସମିତି, ଗଞ୍ଜାମ ତରଫରୁ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଶାନ୍ତନୁ କୁମାର ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ଯୋଗଦେଇ ମାନବ ଅଧିକାର ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁନୀର କାନ୍ତ ମିଶ୍ର ନାରୀ ପୁରୁଷ ମାନଙ୍କ ସମାନତା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ଯାପକ ସୁଧାଂଶୁ ରଞ୍ଜନ ଦାସ ଯୋଗ ଦେଇ ସୂଚନା ଅଧିକାର ବଳରେ କିପରି ନିଜେ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରି ପାରିବେ ସେ ବିଷୟରେ ଅଧିକ ସୂଚନା ଦେଇଥିଲେ। ଛାତ୍ରୀ ସନ୍ତୋଷିନି ଜାନି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ କମ୍ପୁଟର ସଂଯୋଜକ ସରୋଜ କୁମାର ନାୟକ ସମସ୍ତ ଅତିଥି, ଅଧ୍ଯାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ବହୁ ସ୍ଵେଚ୍ଛାସେବୀ ଯୋଗ ଦେଇ ଥିଲେ । ଛାତ୍ର ନିରଞ୍ଜନ ଆରୁଖ, ଗୋପାଲ ନାୟକ, ଆଲୋକ କୁମାର ଷଡଙ୍ଗୀ, ବିଶ୍ଵ ଭୂଷଣ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।
Related Stories
November 1, 2024