ଝାରସୁଗୁଡ଼ା,ଝାରସୁଗୁଡ଼ା ସହର ଭିତରେ ବୁଲିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ମୁଙ୍ଗାପଡ଼ା, ସରବାହାଲ ଓ ବୃନ୍ଦାମାଲ ଅଂଚଳରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀପଲଙ୍କୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ସମ୍ପୃକ୍ତ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଖବର ପାଇ ବନ କର୍ମଚାରୀ ସେଠାରେ ପହଂଚି ହାତୀପଲଙ୍କୁ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି । ଏବେ ଏହି ହାତୀପଲ ଭୁର୍କାମୁଣ୍ଡାର ଭାଗିପାଲି ଅଂଚଳରେ ଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।
ସୂଚନା ଥାଉକି, ଶୁକ୍ରବାର ରାତିରେ ଏହି ହାତୀପଲ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ଅଂଚଳରେ ବୁଲୁଥିବା ପ୍ରଥମେ ଦେଖିବାକୁ ମିଳିଥିଲା ।