କୋରାଇ – ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନିର୍ମାଣଧିନ କୋରାଇ ଭବନ ନିକଟରେ ଆଜି ଏକ ୧୦ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ପସିଯିବାରୁ ଏକ କ୍ୟାବିନକୁ ଧକ୍କା ଦେବା ସହ ୧୧କେଭି ବିଦ୍ୟୁତ ଖୁଂଟ ସମ୍ପଂର୍ଶରେ ଆସିଥିଲା । ବିଦ୍ୟୁତ ଖୁଂଟି ଅଧାଭଙ୍ଗା ଅବସ୍ଥାରେ କେବିନକୁ ଲାଗି ରହିଯାଇଥିଲା । ଫଳରେ ଡ୍ରାଇଭର ଆହତ ହୋଇଥିଲେ ବି ବିଦ୍ୟୁତ କଂରେଟରୁ ବର୍ତି ଯାଇଥିଲା । ଘଟଣାସ୍ଥଳେ ପୁଲିସ ପହଂଚି ଆହତ ଡ୍ରାଇଭରକୁ ମେଡିକାଲ ପଠାଇବା ସହ ଟ୍ରକ (ଓଆର୦୯ ଏଚ୯୬୯୩) ଟିକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି