
କୋରାଇ – କୋରାଇ ପୁଲିସଗୋଟିଏ ଚୋରି ମାମଲାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ନଭେମ୍ବର ୫ତାରିଖ ବରୁଣ୍ଡାଇ ଗ୍ରାମର ସେକ ନାଜିରଙ୍କ ପତ୍ନୀ ରେସମି ବିବି ଅଭିଯୋଗ ମୁତାବକ ମକୁନ୍ଦପୁର ଗ୍ରାମର ନବଘନ ନାୟକଙ୍କ ପୁଅ ଙ୍କ ପୁଅ ନିର ଓରଫ ନିରଂଜନ ନାୟକ (ଯେକି ବରୁଣ୍ଡାଇରେ ରୁହେ) ସେ ତାଙ୍କ ଘରୁ ଚୋରି କରିଥିବାର ଅଭିଯୋଗ କରିଥିଲେ । ନଗଦ ୫ ହଜାର ଟଙ୍କା, ସୁନାମୁଦି, ରୂପା ପାଉଂଜି, ମଙ୍ଗଳସୂତ୍ର, କାନଫୁଲ, ଲୁଗାପଟା, ସାଇକେଲ, ୩ଟି ମାଛଧରା ଜାଲ ଓ ୫ଟା କୁକୁଡା ଚୋରି କରିଥିବାର ଅଭିଯୋଗ ହୋଇଥିଲା । ପୁଲିସ ଏନେଇ ଏକ ମାମଲା ୨୪୪/୧୯ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା । ହେଲେ ନିର ଫେରାର ଯୋଗୁ ତାକୁ ଗିରଫ କରାଯାଇ ପାରୁନଥିଲା । ତଦନ୍ତାଧିକାରୀ ଏଏସଆଇ ସଲିଳ କୁମାର ମଲ୍ଲିକ ତଦନ୍ତ ଜାରି ରଖି ତାକୁ ଗିରଫ କରିବାକୁ ଜାଲ ବିଛାଇଥିଲେ । କାଲି ରାତ୍ରୀରେ ନିରଂଜନକୁ ଗିରଫ କରିବାକୁ ପୁଲିସ ସକ୍ଷମ ହୋଇଥିଲେ । ଆଜି ଏହି ମାମଲାର ଦଫା ୪୫୭,୩୮୦ରେ ନିରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ ତାକୁ ଜେଲ ଯିବାକୁ ପଡିଛି ।