ଭୁବନେଶ୍ୱର,ଆସନ୍ତା ୨୭ ତାରିଖରେ ରାଜ୍ୟମାନଙ୍କର କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ଉପର ମୁହାଁ ହୋଇ ଚାଲିଛି । ଏନେଇ ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ । ତେବେ ଆସନ୍ତା ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । କୋଭିଡ ନେଇ ଯଦି କୌଣସି ନିର୍ଦ୍ଦେଶବଳୀ ଆସେ ତାକୁ ପୁଣି କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ବର୍ତମାନ ଉଦବେଗଜନକ ସ୍ଥିତି ନାହିଁ । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂ ଚାଲିଛି । ସବୁ ଡାକ୍ତରଖାନାରେ ଆଇସୋଲେସନ, ଆଇସିୟୁ ବେଡ୍ ମହଜୁଦ ରହିଛି । ରୋଗୀ ଆସିଲେ ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।