
ନୂଆଦିଲ୍ଲୀ/ଭୁବନେଶ୍ୱର ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ଯେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଥିବାରୁ ଅଭିନନ୍ଦନ । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ କାର୍ଯ୍ୟକାଳରେ ହୋଇଥିବା ଋଣକୌଶଳ ନବନିଯୁକ୍ତ ସଭାପତି ମନମୋହନ ଭାଇଙ୍କ ଅଧ୍ୟକ୍ଷତାରେ ଆଗକୁ ବଢିବ । ତାଙ୍କର ଅଭିଜ୍ଞତା ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।