କନ୍ଧମାଳ- ଏକ ନାବାଳିକା ଛାତ୍ରୀର ଆତ୍ମହତ୍ୟାର ସତ ଖୋଜୁଛି ଜି.ଉଦୟଗିରି ପୋଲିସ । ନାବାଳିକା ମୃତ୍ୟୁର ପ୍ରାୟ ୧ ବର୍ଷ ୧୦ ମାସ ବିତିଯିବା ପରେ ପୋଲିସ କବର ଖୋଳି କଙ୍କାଳ ଜବତ କରିବାସହ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ନେଇ ଉଦ୍ୟମ ଚଳାଇଛି ।
ଗତ ୧ ଫେବୃଆରୀ ୨୦୧୮ରେ ଜି.ଉଦୟଗିରି ଥାନା ଅନ୍ତର୍ଗତ କୁମ୍ଭାରକୁପା ଗ୍ରାମର ସେଲିବ୍ରିଟି ନାମକ ଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ନିରୋଳାରେ ପାଇ ତାର ଭିଣୋଇ ସ୍ମରଣଜିତ ନାଏକ ଯୋରଜବରଦସ୍ତ ଦୁଷ୍କର୍ମ କରିବାସହ ତାକୁ ହତ୍ୟା କରି ରଶିିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲା । ଆଉ ନାବାଳିକାର ଶବକୁ କବର ଦେଇଥଲା । ସେତେବେଳେ ଏହି ଘଟଣା ସଂପର୍କରେ ପୋଲିସ କୁଆଡେ ଜାଣିଥିଲେ ମଧ୍ୟ ମୋଟା ଅଙ୍କର ଅର୍ଥ ନେଇ ତାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ନାବାଳିକାର ବାପା ଜିଆସ ନାଏକ ମହିଳା କମିଶନ, ରାଜ୍ୟ ପୋଲିସ ଉଚ୍ଚ କର୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିବା ପରେ ଉପରୁ ନିର୍ଦ୍ଦେଶ ପାଇ ପୋଲିସ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବର ଖୋଳି ନାବାଳିକାଙ୍କ କଙ୍କାଳ ଜବତ କରିବା ସହ ଫରେନସିକ୍ ବିଭାଗକୁ ହସ୍ତାନ୍ତର କରିଥିଲା । ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପୀଡିତା ପରିବାରକୁ ନ୍ୟାୟ ପ୍ରଦାନ ଲାଗି ସାଧାରଣରେ ଦାବୀ ହେଉଛି ।