କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସୁରକ୍ଷା ପ୍ରାକୃତିକ ଚିକିତ୍ସା କେନ୍ଦ୍ର ପୁରୀ ପକ୍ଷରୁ ତିନି ଦିନିଆ ନିଶୁଳ୍କ ଚିକିତ୍ସା ଶିବିର ମାଳତିପାଟପୁର ସ୍ଥିତ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ପରିସରରେ ଉଦଯାପିତ ହୋଇ ଯାଇଛି ।ଏହି ଶିବିରକୁ ସମାଜସେବୀ ଡ଼ ନାରାୟଣ ପାତ୍ର,ପ୍ରଦ୍ୟୁମ୍ନ ମିଶ୍ର,ଚକ୍ରଧର ମହାପାତ୍ର ପୂର୍ଣ୍ଣ ସହଯୋଗ କରି ପ୍ରଚାର ପ୍ରସାର ରେ ସହଯୋଗ କରିଛନ୍ତି ।ଉଦଯାପିତ ଉତ୍ସବରେ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ରଥ, ଭୁବନେଶ୍ୱର ଆକ୍ୟୁପ୍ରେଶର ସଦସ୍ୟ ଲକ୍ଷ୍ମୀପ୍ରିୟା ପଣ୍ଡା,ପ୍ରସନ୍ନ କୁମାର ସାହୁ,ବିଜୟ କୁମାର ବରାଳ ପ୍ରମୁଖ ଯୋଗଦାନ କରିବା ସହ ଏହି ନିଶୁଳ୍କ ସେବାକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶତପ୍ରତିଶତ ସହଯୋଗ କରିବେ ବୋଲି କହିଥିଲେ |
ଡ଼ ରାଧେଶ୍ୟାମ ରଥ ଙ୍କ ତତ୍ତ୍ଵାବଧାନରେ ୩୦ ଜଣ ଥେରାପିଷ୍ଟ ଅଂଶ ଗ୍ରହଣ କରି ପ୍ରାୟ ୩ ଦିନରେ ୨ ହଜାର ରୁ ଉର୍ଦ୍ଧ ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ପ୍ରଦାନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
ସୁରକ୍ଷା କେନ୍ଦ୍ର ର ଚିକିତ୍ସକ ସିପ୍ରା ବେହେରା,ଶ୍ରଦ୍ଧାଞ୍ଜଳି ସ୍ବାଇଁ, ବବିତା,ନିର୍ମଳା,ସୋନାଲି,ସସ୍ମିତା, ଅମିତା,ନାରାୟଣ,ଅର୍ଜୁନ, ଶଶାଙ୍କ, ସୋମେଶ,ପ୍ରସନ୍ନ,ଆଲୋକ, ସିର୍ଷାଷ୍ରି, ଅମର,ପୂଜା,ସୁଜାତା,ରିଙ୍କି,ସୋନାଲି, ନନ୍ଦିନୀ,ବର୍ଷା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
Related Stories
April 26, 2024