-
ଆଇ .ଏମ .ଟି ଫାର୍ମାସୀ କଲେଜ ର 33ତମ ବାର୍ଷିକ ଉତ୍ସବ ପାଳିତ,
ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଓ ପୁରାତନ ଫାର୍ମାସୀ ଶିକ୍ଷାନୁଷ୍ଠାନ ଆଇ .ଏମ .ଟି ଫାର୍ମାସୀ କଲେଜ ର 33ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି | ପୁରୀ ଗୋପାଳପୁର ସ୍ଥିତ କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ | ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କଲେଜ ରେ ଅଧୟନ ରତ ଫାର୍ମାସୀ ,ଫିଜିଓଥେରାପି , ଲାବୋରେଟୋରୀ ଟେକନିସିଆନ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ କୋଭିଡ ମହାମାରୀ ପରଠାରୁ ପାରା ମେଡିକାଲ ବିଜ୍ଞାନ ପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାର ଅଧିକ ଜୋର ଦେଉଛନ୍ତି ଏବଂ ସ୍ୱାସ୍ଥ୍ୟ ସେବାରେ ଏହା ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ପାଲଟିଛି ବୋଲି ମତ ବ୍ୟକ୍ତ କରିଥିଲେ | ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ ବିଶ୍ୱନାଥ ରଥ ଏହି କଲେଜରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଓଡ଼ିଶାର କୋଣ ଅନୁକୋଣରେ ଚିକିତ୍ସାଳୟ ମାନଙ୍କରେ ସେବା ପ୍ରଦାନ କରି ସୁନାମ ଅର୍ଜନ କରୁଥିବା କଥା ବଖାଣି ଥିଲେ | ଅନୁଷ୍ଠାନର ଅଧକ୍ଷ ପ୍ରଫେସର ଅଗ୍ନିମିତ୍ର ଦିଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ | ନିର୍ଦେଶକ ମନୋଜ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ | ପାଠ୍ୟକ୍ରମ ନିର୍ଦେଶକ ପ୍ରଫେସର ଅନ୍ନଦା ପ୍ରସାଦ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ସହକାରୀ ପ୍ରଫେସର ଦେବାଶିଷ ମିଶ୍ର , ଅଧ୍ୟାପିକା ଜ୍ୟୋତିର୍ମୟୀ ଦାସ ମଂଚ ପରିଚାଳନା କରିଥିଲେ | କଲେଜର ବାର୍ଷିକ କ୍ରୀଡା ଉତ୍ସବର ସଫଳ ପ୍ରତିଯୋଗୀ ଓ ପାଠପଢ଼ାରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି , ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତା ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
ଏହି କାର୍ୟକ୍ରମକୁ ଅଧ୍ୟାପକ ସମୀର ପାତ୍ର , ଜଗନ୍ନାଥ ମିଶ୍ର , ଆଲୋକ ବେହେରା , କମଳାକାନ୍ତ ଆଚାର୍ଯ୍ୟ , ସ୍ମୃତିକ ଦାସ , ଅଧ୍ୟାପିକା ଅଳକା କର , ଭାଗ୍ୟଶ୍ରୀ ମିଶ୍ର , ଜୟଶ୍ରୀ ଜ୍ୟୋତିଦର୍ଶିନୀ ଓ ସହଯୋଗୀ କର୍ମଚାରୀ ସଞ୍ଜୟ ବେହେରା, ଆଦିତ୍ୟ ପ୍ରଧାନ , ନିରଞ୍ଜନ ନାୟକ , ରବି ସାହୁ ,ଉମେଶ ସାହୁ , ମନୋରଞ୍ଜନ ପ୍ରଧାନ , ପ୍ରଭାତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |