
ବୌଦ୍ଧ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ ଜବତ କରିଛି ପୋଲିସ ଏସଟିଫ। ଏହାସହିତ ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଛାଲ ମଧ୍ୟ ଜବତ କରାଯାଇଛି। ପୋଲିସ ଏସଟିଫ ଏହି ଘଟଣାରେ ଜଣକୁ ଗିରଫ କରିଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ । ପରେ ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ଦ୍ଵାରା ମିଳିତ ଭାବେ ଏକ ଅପରେସନ କରାଯାଇଥିଲା । ଶେଷରେ ଗତକାଲି ବିଳମ୍ବିତ ରାତ୍ରିରେ ହରଭଙ୍ଗା ଅଞ୍ଚଳରୁ ୩ଟି ଜନ୍ତୁ ଛାଲ ଜବତ କରିବା ସହ ଘଟଣାରେ ଜଣକୁ ଗିରଫ କରିଛି ଏସଟିଫ । ତାର ନାମ ଗିରିଜା ସାହୁ। ଜନ୍ତୁ ଗୁଡିକୁ ସାତକୋଶିଆ ୱାଇଲଡ ଲାଇଫ ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ହରଭଙ୍ଗାର ଗିରିଜା ସାହୁଙ୍କୁ ବନ୍ୟଜନ୍ତୁ ଚମଡା କାରବାର ଅଭିଯୋଗରେ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ବୌଦ୍ଧ ଜିଲା ହରଭଂଗା ଥାନା ଅଂଚଳରେ ବନ୍ୟଜନ୍ତୁ ଚମଡା କାରବାରରେ ସମ୍ପୃକ୍ତ ରହିଥିଲେ ଗିରିଜା। ବାଘ ଛାଲ, କୁଟୁରା ଓ ହରିଣ ଛାଲ ବିକ୍ରୟ କରୁଥିବା ବେଳେ ସ୍ପେଶାଲ ଟାସ୍କ ଫୋର୍ସ ହାତରେ ଧରାପଡ଼ିଛନ୍ତି ଗିରିଜା। ସେ ନିଜେ ଶିକାର ନକରି ଶିକାରୀଙ୍କ ସହ ମିଶି ବନ୍ୟଜନ୍ତୁ ଚମଡା କାରବାର କରୁଥିଲେ। ସେ ନେଇ ବନବିଭଗ ଓ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସର ଅଧିକାରୀମାନେ ତଦନ୍ତ କରୁଛନ୍ତି। ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିଲେ ହେଁ ଜିଲ୍ଲାରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି। ଫଳରେ ବନ୍ୟ ଜନ୍ତୁ ଓ ପରିବେଶବିତଙ୍କ ମଧରେ ଅସନ୍ତୋଷ ଦେଖାଦେଇଛି। ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ନ ଥିବାରୁ ବିଭିନ୍ନ ସମୟରେ ଅନେକ ବନ୍ୟଜନ୍ତୁ ଶିକାରୀଙ୍କ ଦ୍ଵାରା ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି।