-
ଯିଏ ଉପରକୁ ଉଠିବାକୁ ଚେଷ୍ଟା କରେ, ତାକୁ ତଳକୁ ଟାଣିବା ଆମର ଅଭ୍ୟାସ : ମୋକିମ୍
-
ଧର୍ମେନ୍ଦ୍ର ନିଜ ଦଳ କଥା ବୁଝନ୍ତୁ : ଭାଗିରଥୀ
ଭୁବନେଶ୍ୱର, ବିଜେଡି ସାଂସଦ ଭର୍ତୃହରି ମହତାବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା ପ୍ରସଙ୍ଗରେ ବିଜେଡିକୁ ତେର୍ଚ୍ଛା ବାଣ ମାରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ଭର୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ତାଙ୍କର ପରଫରମାନ୍ସ ଭଲ । ପ୍ରଧାନମନ୍ତ୍ରୀ ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ଚାହୁଁଥିଲେ । ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା, ସେ ପଦ ପାଇଲେ ନାହିଁ ବୋଲି କହିଛନ୍ତି ଜୟନାରାୟଣ ।
ସେହିପରି କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ମୁଁ କଟକର ବିଧାୟକ ଭାବେ କହିବି ଭର୍ତୃହରି ଜଣେ ଜ୍ଞାନୀ ଲୋକ । ସେ ୬ ଥର କଟକରୁ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀରେ ଉଚ୍ଚ ପଦରେ କାମ କରୁଛନ୍ତି । ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ ଚେଷ୍ଟା କରେ, ତାକୁ ତଳକୁ ଟାଣିବା ।ଏହା ରାଜନୀତି ଓ ସାମାଜିକ କ୍ଷେତ୍ରରେ ଶୋଭା ପାଏ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ଅପରକ୍ଷରେ ଏହାର ଜବାବ୍ ରେ ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତୃହରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।ଭର୍ତୃହରି ବାବୁ ୬ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି । ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ । ବିଜେଡି ଭର୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ ।