
ନୂଆଦିଲ୍ଲୀ, ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ବିରୋଧୀ ସାଂସଦ ମାନଙ୍କର ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ୨ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଛନ୍ତି ।
ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦ ମାନେ ନିଜ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ଯାଇଥିଲେ । ବାଚସ୍ପତି ଶ୍ରୀ ଓମ ବିରଲା କହିଥେô୍ଲ ଯେ ପ୍ରଶ୍ନକାଳ ଗୁରୁତ୍ୱପୂର୍ଣ ହୋଇଥିବା କାରଣରୁ ଏହାକୁ ଚାଲିବାକୁ ଦିଆଯାଉ । ଏହା ପରେ ସମସ୍ତଙ୍କୁ କହିବାର ସୁଯୋଗ ମିଳିବ । ଏହା ସତ୍ୱେ ହଟ୍ଟଗୋଳ ଜାରୀ ରହିଥିଲା । ଏହି କାରଣରୁ ବାଚସ୍ପତି ଗୃହକୁ ଦିନ ୨ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।