-
ବିରୋଧୀ ଦଳ ମୁଖ୍ୟ ସଚେତକ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ବାଚସ୍ପତିଙ୍କ ରୁଲିଂ ଦାବି କଲେ
ଭୁବନେଶ୍ୱର, କିଶୋର ନଗର ବିଡ଼ିଓଙ୍କ ବିଜୁ ଜୟନ୍ତୀ ବିଜ୍ଞାପନରେ ଦଳୀୟ ଚି଼ହ୍ନ ଦେବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ସରକାର ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଛନ୍ତି । ଅନୁଗୁଳ ଜିଲା କିଶୋର ନଗର ବ୍ଲକ୍ ବିଡ଼ିଓ ବିନୋଦ ବିହାରୀ ବେହେରା ପଂଚାୟତ ରାଜ ଦିବସରେ ନିଜର ବିଜ୍ଞାପନରେ ଦଳୀୟ ଚିହ୍ନ ଲାଗିବା , ସରକାରୀ କର୍ମଚାରୀଙ୍କ ସିଭିଲ କର୍ଡ଼କୁ ଉଲ୍ଲଂଘନ କରୁଛି । ଏଥିରୁ ସେ ପ୍ରମାଣ କରିଦେଲେ ସେ ସରକାରୀ କର୍ମଚାରୀ ହୋଇ ଦଳୀୟ କର୍ମୀ ଭାବରେ କାମ କରୁଛନ୍ତି । ପୂର୍ବରୁ ଏନେଇ ବିଜେପି ଅନୁଗୁଳ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲା । ଏହାସହ କିଶୋର ନଗର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏତଲା ରଖାଯାଇ ନାଂହିଁ ।ଫଳରେ ସେ ଗୃହରେ ରୁଲିଂ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।