ଜୟପୁର – ଜୟପୁରରେ ଗୋଟିଏ ଦିନରେ ୨ଟି ଆତ୍ମହତ୍ୟା ଘଟଣା ଘଟିଛି । ଏମକେଟି ରୋଡରେ ରହୁଥିବା ସୌଜନ୍ୟା ଲକ୍ଷ୍ମୀ (୩୬) ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ୧୦ ବର୍ଷ ହେବ ବିବାହ କରିଥିବା ବେଳେ ପାରିବାକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ଟାଉନ ପୋଲିସ ସୂଚନା ଦେଇଛି ।
ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ ବିଷୋଇପୁଟ ଛକ ନିଜ ଘରେ ସୁବାଷ ଚନ୍ଦ୍ର ସାବତ (୫୦) ଆତ୍ମହତ୍ୟା କରିଛନ୍ତି । ବେକରେ ଦଉଡି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେ କିରାନି ଦୋକାନ କରିବା ସହ ପୁଟ୍ରା ସେବାଶ୍ରମରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ଋଣଗସ୍ତ ଯୋଗୁଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ ଦ୍ୱୟଙ୍କ ଶବ ଜବତ ପରେ ଜିଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ଏ ସଂକ୍ରାନ୍ତରେ ୨ ଟି ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Related Stories
October 25, 2024