
ଭଦ୍ରକ – ସ୍ବାଧୀନତା ସଂଗ୍ରାମ ଠାରୁ ଶିକ୍ଷକତା ଯାଏଁ ପୁଣି ସମାଜସେବା ଠାରୁ ସମାଜ ସଂସ୍କାର ଯାଏଁ ପ୍ରଲମ୍ବିତ ଥିଲା ଗୌରଚନ୍ଦ୍ରଙ୍କ କର୍ମମୟ ଜୀବନ । ସବୁ କାଯ୍ର୍ୟକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରି ପାରିଥିବା ଗୌରଚନ୍ଦ୍ର ଥିଲେ ନିରହଙ୍କାରୀ ଓ ଆତ୍ମପ୍ରଚାର ଠାରୁ ବହୁ ଦୂରରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଆଦର୍ଶ ଶିକ୍ଷକ, ସାହିତ୍ୟିକ, ସେବକ ଓ ସମାଜ ସଂସ୍କାରକ ତଥା ଯଶସ୍ବୀ କବି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କନିଷ୍ଠ ପୁତ୍ର ଗୌରଚନ୍ଦ୍ର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଉତ୍ସବରେ େଯାଗଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିବା ସହ ତାଙ୍କ ପରି ଜଣେ ସରଳ, ଦରଦୀ, ନିଷ୍କପଟ, ଶ୍ରଦ୍ଧାଶୀଳ ଓ ଗାନ୍ଧିବାଦୀ ବିଚାରଧାରାର ମଣିଷର ଆଦର୍ଶକୁ ଆଜିର ଯୁବ ପିଢି କାଯ୍ର୍ୟରେ ଲଗାଇ ପାରିଲେ ଗୌରଚନ୍ଦ୍ରଙ୍କ ପ୍ରତି ତାହା ହó ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତପ୍ରକାଶ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ଯାପକ ଡ.ଶଶଧର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ମନ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ େଯାଗଦେଇ ପ୍ରତିମୂର୍ି ଅନାବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା େଯାଜନା ବୋର୍ଡ ଅଧ୍ଯକ୍ଷ ତଥା ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ େଯାଗଦେଇ ସଂଗ୍ରାମୀ ଗୌରଚନ୍ଦ୍ରଙ୍କ ଆଦର୍ଶକୁ ଆଜିର ଯୁବପିଢି ନିଜ ଜୀବନରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଧାମନଗର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ର, ସୂଯ୍ର୍ୟକାନ୍ତ ପାଢୀ ଓ କାର୍ିକ ଚନ୍ଦ୍ର ମଣ୍ଡଳ, ବରିଷ୍ଠ ସମାଜସେବୀ ସୁଧାକର ନନ୍ଦ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ପ୍ରାକ୍ତନ ପୌରାଧ୍ଯକ୍ଷ ମାନସ ମହାନ୍ତି, ସାମ୍ବାଦିକ ଅମର ନାୟକ, ଡା.ହରିହର ନାୟକ, ଡ.ମନୀନ୍ଦ୍ର ମହାନ୍ତି, ସାମ୍ବାଦିକ ନିହାର ଦାସ, ସ୍ତମ୍ବକାର ଯଦୁମଣି ପାଣିଗ୍ରାହୀ, ଗୌରହରି ନାୟକ, ପୂର୍ଣ୍ଣଚନ୍ଦ୍ର ବହଳୀ, ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ବିବେଦୀ, ଆଲୋଚକ ନିର୍ମଳ ସେନାପତି, ବିଜେପିନେତା ଅଭିମନ୍ୟୁ ସେଠୀ, କବି ଶ୍ରୀକାନ୍ତ ଜେନା, ପଦ୍ମନ ରାୟ, ଯୁବନେତା ସୂଯ୍ର୍ୟବଂଶୀ ସୂରଜ, ଦେବରୂପ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, ତୁଷାରକାନ୍ତି ଜେନା, ନଳିନୀକାନ୍ତ ମହାନ୍ତି, ଆଶୀଷ ରାଉତ, ରୂପକ ବିହାରୀ ରାୟ, ନରେନ୍ଦ୍ର ସାମଲ, ରାଜେନ୍ଦ୍ର ଜେନା ପ୍ରମୁଖ େଯାଗଦେଇ ଗୌରଚନ୍ଦ୍ରଙ୍କକ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଗୌରଚନ୍ଦ୍ରଙ୍କ ପ୍ରତିମୂର୍ି ଅନାବରଣ ଓ ସ୍ମରଣିକା ପୁସ୍ତକ ‘ଭଦ୍ରକ ଗୌରବ ଗୌରଚନ୍ଦ୍ର’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।