ଜୟପୁର, ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକମାନେ ବିକ୍ଷୋଭ ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରି ଶ୍ରୀକାନ୍ତ ଜାନିଙ୍କ ଜରିଆରେ ଏହି ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ବାପୁଜି ନଗର ସ୍ଥିତ ଶିବ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ଗୋଷ୍ଠି ଶିକ୍ଷା ଅଧିକାରିଙ୍କ କାଯ୍ୟାଳୟରେ ପହଞ୍ଚିଥିଲା।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରାତନ ପେନସନ ପ୍ରଦାନ ଆଦି ଦାବି ରହିଛି । ଏହି ଦାବି ପତ୍ରର ନକଲ ମୁଖ୍ୟ ଶାସନ ସଚିବ, ଶିକ୍ଷାମନ୍ତ୍ରୀ, ଫାଇଭ -ଟି ସଚିବ ଏବଂ କୋରାପୁଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।