
ମଙ୍ଗଳବାର ଭାଇଚାରା ର ପର୍ବ ଦୋଳପୂର୍ଣ୍ଣମୀ ଓ ହୋଲି ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଖୁବ ଆନନ୍ଦ ଉଲ୍ଲାସ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ୱର୍ଗଦ୍ୱାର ନିକଟସ୍ଥ ବେଦଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଉତ୍ସବ ପ୍ରାରମ୍ଭରେ ଅନୁଷ୍ଠାନ ର ମାର୍ଗଦର୍ଶକ ମନୋଜ ରଥ ମହୋଦୟ ସାମ୍ପ୍ରତିକ ପରିସ୍ଥିତି ରେ ଏହି ଭାଇ ଚାରା ର ପର୍ବ ହୋଲି ର ପୌରାଣିକ ମହତ୍ୱ ଓ ଏହା ଦ୍ୱାରା ସାମ୍ପ୍ରଦାୟିକ ସଦଭାବନା କିପରି ବୃଦ୍ଧି ପାଇବ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ l ଅନୁଷ୍ଠାନ ର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର ମହୋଦୟ ଏହି ପର୍ବ ପାଳନ ଦ୍ୱାରା ଭାଇ ଚାରା ମଜବୂତ ହେବା ସହ ସମସ୍ତ ଭେଦଭାବ କୁ ଭୁଲି ଏକତା ସୂତ୍ର ରେ ସମସ୍ତେ ବାନ୍ଧି ହେଵା ଏହାର ମୂଳମନ୍ତ୍ର ଓ ଏହାଦ୍ୱାରା ଜାତୀୟସଂହତି ସୁଦୃଢ ହେବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏହି ଉତ୍ସବ ରେ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ଚିତ୍ତରଞ୍ଜନ ବିଶ୍ୱାଳ, ବିରଞ୍ଚି ମିଶ୍ର, ରଞ୍ଜେଷ ସାହୁ, କୃଷ୍ଣ ଚନ୍ଦ୍ର ମିଶ୍ର, ମନୋଜ ବିହାରୀ ମିଶ୍ର, ଲଷ୍ମୀପ୍ରିୟା ସାହୁ, ମଧୁସୂଦନ ଗଡ଼ନାୟକ, ଦେବୀପ୍ରସାଦ ବ୍ରହ୍ମl, ସିସେନ ପ୍ରତିହାରୀ,ସୁଦର୍ଶନ ସାହୁ, ଭଗବାନ ମିଶ୍ର, ହରେକୃଷ୍ଣ ଖୁଣ୍ଟିଆ, ସୁଶାନ୍ତ ଦାସ, ସନ୍ଦୀପ କର୍ମକାର, ଜଗନ୍ନାଥ ରେଡି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି ଉତ୍ସବ ରେ ଭାରତୀୟ ଚତୁର୍ଦ୍ଧାମ ବେଦ ଭବନ ନ୍ୟାସ ର ପ୍ରଧାନଚାର୍ଯ୍ୟ ଅରୁଣ ମିଶ୍ର ମହୋଦୟ ଓ ତାଙ୍କର ସହକର୍ମୀ ଆଚାର୍ଯ୍ୟ ତଥା ସମସ୍ତ ବେଦ ବିଦ୍ୟାର୍ଥୀ ମାନେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ରେ ଅବିର ଖେଳ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l”ଆପଣଙ୍କ ସେବାରେ ” ଅନୁଷ୍ଠାନ ତରଫରୁ ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି