
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। କୃଷି କାର୍ଯ୍ୟଳୟ ନିକର ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଶାଳକଙ୍କ ମୃତ ଖବର ଶୁଣି ଯାଉଥିବା ସମୟରେ ଏକ ବସ ମାଡିଯିବାରୁ ସ୍ୱାମୀ ଜୀବନ ହରାଇଥିଲେ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ମାଟିଆବୋରାଇ ଗ୍ରାମର ନାରାୟଣ ସେଠି। ଗୁରୁତର ହୋଇଥିବା ମହିଳାଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ଓ ପରେ ସ୍ୱାସ୍ତ୍ୟ ଅତି ଗୁରୁତର ଅବସ୍ଥା ହେବା ହେତୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନତାର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହେଇଯାଇଛନ୍ତି। ଦିଗପହଣ୍ଡି ବ୍ଲକ ରାଜପୁର ଗ୍ରାମରେ ରହୁଥିବା ଶାଳକଙ୍କ ମୃତ୍ୟ ଘଟିଥିବା ଖବର ଶୁଣି ତାଙ୍କ ସ୍ତ୍ରୀଙ୍କୁ ଧରି ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ସାମ୍ନାରୁ ଆସୁଥିବା ଏକ ଘରୋଇ ବସ୍ (ଦିଲଖୁସ ନଂ-OD୦୭ Y୧୪୯୩) ଭାରସ୍ୟାମ ହରାଇ ନାରାୟଣଙ୍କ ଗାଡି ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ନାରାୟଣଙ୍କ ମୃତ୍ୟ ହୋଇଥିଲା ଓ ସ୍ତ୍ରୀ (ରୁପା) ଗାଡିରୁ ଖସି ଗୁରୁତର ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।