
ଭଦ୍ରକ – ଓଡ଼ିଶା କୃଷି ଓଭରସିଅର ସଂଘର ଦ୍ବିବାର୍ଷିକ ସମ୍ମିଳନୀ ଟାଉନହଲ ପୁରୀ ଠାରେ ଗତ ୧୦.୦୯.୧୯ରିଖ ଦିନ ରାଜ୍ୟ ସଂଘର ବରିଷ୍ଟ ସଦସ୍ୟ ତଥା ପ୍ରାନ୍ତୀୟ ସଂଗଠନ ସଂପାଦକ ସମୀର ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ପର୍ଯ୍ୟୟରେ ସାଧାରଣ ପରିଷଦ ବୈଠକରେ ରାଜ୍ୟ ସଂଘର ସାଧାରଣ ସଂପାଦକ ଶ୍ରୀ ରଞ୍ଜନ କୁମାର ନାୟକ ସଂଘର କାର୍ଯ୍ୟକାରିତା ଓ ସମସ୍ୟାର ସମାଧାନ ଉପରେ ସଭାରେ ବିବରଣୀ ପ୍ରଦାନ କରିଥିବା ବେଳେ ସଂଗଠନ ସଂପାଦକ ଶ୍ରୀ ଶାନ୍ତନୁ କୁମାର ପଣ୍ଡା ସାଂଗଠନିକ ଅବସ୍ଥା ଓ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ପୁରାତନ ପରିଷଦର କାର୍ଯ୍ୟକାଳ ପୁରି ଯାଇଥିବାରୁ ଏହାକୁ ଭାଙ୍ଗି ନୂଆ ପରିଷଦ ଗଠନ କରିବାକୁ ସଭାପତି ଘୋଷଣା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଭାକୁ ନିମନ୍ରୀତ ହୋଇ ଆସିଥିବା ଓଡ଼ିଶା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ବୟ ସମିତି, ଭୁବନେଶ୍ବର ଶାଖାର ସଭାପତି ଶ୍ରୀ ପ୍ରସନ୍ନ ମିଶ୍ର ଓ ସଂପାଦକ ଶ୍ରୀ ବିନୋଦ କାନୁନୁଗୋ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପ୍ରକ୍ରିୟା ସାମ୍ବିଧାନିକ ନିୟମ ଅନୁସାରେ ସଂପାଦନ କରିଥିଲେ। ଶ୍ରୀ ଶାନ୍ତନୁ କୁମାର ପଣ୍ଡା (ସମ୍ବଲପୁର) ରାଜ୍ୟସଂଘର ସଭାପତି ଭାବେ, ଶ୍ରୀମତୀ ଭାନୁମତି ନାୟକ (ନୟାଗଡ଼) ଉପସଭାପତି ଭାବେ, ଶ୍ରୀ ରଞ୍ଜନ କୁମାର ନାୟକ (ଭଦ୍ରକ)ସାଧାରଣ ସଂପାଦକ ଭାବେ(ଚତୁର୍ଥ ଥରପାଇଁ), ଶ୍ରୀ କୃଷ୍ଣ ମୋହନ ଜେନା(ବାଲେଶ୍ବର) ସଂଗଠନ ସଂପାଦକ ଭାବେ, ଶ୍ରୀ ବିନୋଦ କୁମାର ମହାନ୍ତି (କଟକ) କାର୍ଯ୍ୟାଳୟ ସଂପାଦକ ଭାବେ, ଶ୍ରୀ ବଳରାମ ଦାସ(ଭୁବନେଶ୍ବର) ଅର୍ଥ ସଂପାଦକ ଭାବେ ଓ ଶିବରାମ ଆଲୁକ (ଢେଙ୍କାନାଳ) ସମୀକ୍ଷକ ଭାବେ ଏବଂ ଅନ୍ୟ ୧୪ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଶେଷରେ ନବନିର୍ବାଚିତ କର୍ମକର୍ାଙ୍କୁ ନିର୍ବାଚନ ଅଧିକାରୀମାନେ ଶପଥ ପାଠ କରାଇଥିବାର ସାଧାରଣ ସଂପାଦକ ଶ୍ରୀ ନାୟକ ପ୍ରକାଶ କରିଥିଲେ।