ଧର୍ମଶାଳା,ଯାଜପୁର – ଧର୍ମଶାଳା ୧୬ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ – ନେଉଳପୁର ମଧ୍ୟରେ ଥିବା ସେଂଟ୍ରାଲ ବ୍ୟାଙ୍କ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ସକାଳେ ଏଠାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ କୋଲକାତା ପଟରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଟ୍ରକରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲରେ ଜଣକର ମୃତ୍ୟୁ ଘଟିଛି । ମୃତକ ମାନେ କୋଲକାତା ଅଂଚଳର ବୋଲି ଜଣାପଡିଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।