
ଭୁବନେଶ୍ୱର ,ଆଜି ଫ୍ରେବୁଆରି 23 ତାରିଖ ବିଶ୍ୱ ରୋଟାରୀ ଦିବସ l ଏହି ଉପଲକ୍ଷେ ଭୁବନେଶ୍ୱରର ସମସ୍ତ ରୋଟାରୀ କ୍ଲବ ତରଫରୁ ବିଶ୍ୱ ରୋଟାରୀ ଦିବସ ସଚେତନତା ପଦଯାତ୍ରା ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସକାଳ 8 ଟାରେ ରାମମନ୍ଦିର ଛକରୁ ପ୍ରାୟ ପାଞ୍ଚ ଶହ ରୋଟାରୀ କ୍ଲବ ମେମ୍ବର ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ୟୁନିଟ 9 ସ୍ଥିତ ରୋଟାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା l ପୂର୍ବତନ ଡିଷ୍ଟ୍ରିକ୍ତ ଗଭର୍ନର ଅଜୟ ଅଗ୍ରୱାଲ ପତାକା ଦେଖାଇ ପଦଯାତ୍ରା କୁ ଆରମ୍ଭ କରିଥିଲେ l ସେଠାରୁ ପଦଯାତ୍ରା ରେ ଆସି ରୋଟାରୀ ଭବନ ଠାରେ ସମ୍ମିଳିତ ହେବl ପରେ ଏକ ମେଗା ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା l
ଡିଷ୍ଟ୍ରିକ୍ତ ଗଭର୍ନରଙ୍କ ପ୍ରତିନିଧି ଯଜ୍ଞଶିଶ ମହାପାତ୍ର ଓ ମନୋଜ ତ୍ରିପାଠୀ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଡିସଟ୍ରିକ୍ଟ ଗଭାର୍ନାରପ୍ରଭୁଦତ୍ତ ସୁବୁଦ୍ଧି, ଉପସ୍ଥିତ ଥିଲେ l ପୂର୍ବତନ ଡିସଟ୍ରିକ୍ଟ ଗଭର୍ନର ଶିବବ୍ରତ ଦାସ,ଦେବାଶିଷ ମିଶ୍ର ଆଦି କାର୍ଯ୍ୟକ୍ରମ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ତ ଦାସ, ପୁଣ୍ୟାଶ୍ଳୋକ ମହାନ୍ତି, ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ଭୁବନେଶ୍ୱରର ସମସ୍ତ ରୋଟାରୀ କ୍ଲବର ସଭାପତି ଶ୍ରୀଚନ୍ଦନ ମିଶ୍ର, ସଂଜିତ ଜେନା, ବିମ୍ବାଧର ବେହେରା, ସୁଚିତ୍ରା ସାହୁ, ଚିଦାତ୍ମିକl ଖଟୁଆ, ନିହାରିକା ମିଶ୍ର, ଚୁମକି ଘୋସାଲ, ରେଣୁକା ମିଶ୍ର, ସୂର୍ଯ୍ୟ ନାରାୟଣ ସାହୁ, ମାନିନ୍ଦର ପାଣିଗ୍ରାହୀ, ରାଜେନ୍ଦ୍ର ଦାସ, ଧିରେନ ଦାସ, ଶାନ୍ତନୁ ମହାପାତ୍ର, ହରଗୋପାଳ ପାତ୍ର,…. ଆଦି ଉପସ୍ଥିତ ରହି ରକ୍ତଦାନ ଶିବିର କୁ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l 70 ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା l ଶ୍ରୀଚନ୍ଦନ ମିଶ୍ର, ପୁଣ୍ୟାଶ୍ଳୋକ ମହାନ୍ତି ଓ ସଂଜିତ ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO