କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଓଡ଼ିଶା ସରକାର ଙ୍କ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ସୁଧା ମିଳିତ ଭାବରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଜାଗର ମହୋତ୍ସବ ଯୁବ ସମାଜ ମଧ୍ୟରେ ଥିବା ସତ୍ୟ, ପ୍ରେମ,ଶାନ୍ତି,ଧର୍ମ, ଅହିଂସା,ଆଦି ଅନ୍ତର୍ନିହିତ ଶକ୍ତିର ବିକାଶ ସହିତ ଏକ ଜାତି ଏକ ଦେଶ,ଅସ୍ପୃଶ୍ୟତା ଅଛୁଆଁ, ହିଂସା ଭାବରେ ଉର୍ଦ୍ଧ୍ବରେ ରହି ସୌହାର୍ଦଦ୍ୟପୂର୍ଣ୍ଣ ସ୍ନେହ ଓ ରାଷ୍ଟ୍ରୀୟ ଏକତା ଅଖଣ୍ଡତା ର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଆୟୋଜିତ ଜାଗର ମହୋତ୍ସବ ଭଜନ ସମାରୋହ ସହିତ ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସଙ୍ଗୀତ ଗୁରୁ ସର୍ନ୍ୟସି ପରିଛା ଏବଂ ସୌମ୍ୟ।ଶ୍ରୀ ରାୟ, ବିଜୟିନୀ ଷଡଙ୍ଗୀ, ଆଲୋକ କୁମାର ସାହୁ,ସନ୍ତୋଷ କୁ ପାଣିଗ୍ରାହୀ,ନିହାର ରଞ୍ଜନ ପଟ୍ଟନାୟକ, ରାଜେଶ ବେହେରା, ମନଟୁ ଜେନା, ଗଙ୍ଗାଧର ଜେନା, ଧିରେନ ବାରିକ,ଚଗଲା ଜେନା,ଅନିତା ରାଉତରାୟ ପ୍ରଭୃତି ପ୍ରବୀଣ କଳାକାର ମାନଙ୍କ ଦ୍ବାରା ମଧୁରତାନ ମାଧ୍ୟମ ରେ ହୃଦୟ ସ୍ପର୍ଶି ଭଜନ ପରିବେଷଣ କରାଯାଇଥିଲା। ସୁଧାର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ମିଶ୍ର ଙ୍କ ପ୍ରତ୍ୟେକ୍ଷ ପରିଚାଳନା ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Related Stories
November 24, 2024
November 24, 2024