
ଭଦ୍ରକ- ସାରା ଦେଶ ଓ ରାଜ୍ୟରେ ଭୁଷୁଡି ପଡିଛି ଶାସନ ବ୍ୟବସ୍ଥା। ପ୍ରତିଦିନ ମହିଳାଙ୍କ ଉପରେ ଅସଦାଚରଣଠାରୁ ଆରମ୍ଭ କରି ବଳକôାର ଦୁଷ୍କର୍ମ ଏବଂ ହତ୍ୟାଭଳି ଲଜ୍ଜାଜନକ ଘଟଣା ବଢି ଚାଲିଛି। ମହିଳାମାନେ ଆଜି ଅସୁରକ୍ଷିତ। ରକ୍ଷକ ହୋଇଛି ଭକ୍ଷକ ପୋଲିସ ସାଜିଛି ଶାସକଦଳ ହାତବାରିସ। ନିକଟରେ ହାଇଦ୍ରାବାଦ, ବିହାର ଓ ପୁରୀ ଘଟଣାରେ ଦୁଷ୍କର୍ମକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ ବୋଲି ଦାବୀକରି ଭଦ୍ରକ ଅଖôଳ ଭାରତ ପ୍ରଗତିଶୀଳ ମହିଳା ସମତି ପକ୍ଷରୁ ପୁରୁଣା ଜିଲ୍ଲାପାଳଙ୍କ କାଯ୍ର୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଗତିଶୀଳ ମହିଳା ସମିତି ଜିଲ୍ଲା ସଂପାଦକା ଜୟନ୍ତି ବିଶ୍ବାଳଙ୍କ ନେତୃତ୍ବରେ ଶତାଧିକ ମହିଳାମାନେ ମହିଳାଙ୍କ ସୁରକ୍ଷା ଓ ମହିଳା ଉପରେ ବଳକôାର ବିରୋଧରେ ସେମାନଙ୍କର ଶାଣିତ ସ୍ବର ଉଠାଇଥିଲେ। ମହିଳାମାନେ ସୁରକ୍ଷା ଓ ସଶସ୍ତିକରଣ ନାମରେ ସରକାର ପ୍ରଚାର ପ୍ରସାର କରୁଥିବାବେଳେ ମହିଳାଙ୍କ ଉପରେ ଦୁଷ୍ମର୍ମ ବିରୋଧରେ ଶାସକଦଳର ନେତାମାନେ ନୀରବ କାହóକି । ରାଜସ୍ବ ଆଦାୟ ବୃଦ୍ଧିଆଳରେ ସରକାର ପ୍ରତି ପାୟତରେ ମଦ ବ୍ୟବସାୟ ଖୋଲିବାକୁ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ଅଂଚଳରେ ଓ ଓଡିଶାରେ ମହିଳାମାନଙ୍କ ପ୍ରତି ଧର୍ଷଣ ଓ ହତ୍ୟାଭଳି କଳଙ୍କିତ ଲୋମହର୍ଷଣକାରୀ ଭଳି ଘଟଣା ତୁରନ୍ତ ବନ୍ଦ କରାଯିବା ସହିତ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନ୍ଗତ କାଯ୍ର୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି। ମହିଳାମାନଙ୍କ ପ୍ରତି ସାମନ୍ତବାଦୀ ଦୃଷ୍ଟିଭଙ୍ଘରୀ ପରିବର୍ନ ପାଇଁ ସରକାର ପଦକ୍ଷେପ ନେଲେ ଅନେକ ମହିଳାମାନେ ନିଯ୍ର୍ୟାତିତଙ୍କ ଜୀବନ ରକ୍ଷା ହେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳି ପାରନ୍ତା। ବିଳମ୍ବିତ ବିଚାର ପୋଲିସର ନିଷ୍କ୍ରିୟତା ଓ ଶାସନ କଳର ପ୍ରଚାର ସର୍ବସ୍ବ ଖାମଖôଆଲି ମନୋଭାବ େଯାଗୁ ସମାଜରେ ଏଭଳି କୁକର୍ମ ବଢି ଚାଲିଛି। ପୀଡ଼ିତାଙ୍କୁ ନିରାପତା ଓ ଉପଯୁକ୍ତ କ୍ଷତିପୂରଣ ଦେବା ସେଙ୍ଗ ସେଙ୍ଗ ଦୁଷ୍କର୍ମକାରୀଙ୍କୁ ଅବିଳମ୍ବେ କଠିନ ଦଣ୍ଡ ଦେବାକୁ ଆମେ ସରକାରଙ୍କ ପାଖରେ ଦାବୀ କରୁଛୁ। ଅନ୍ୟମାନଙ୍କ ମଧ୍ଯରେ ସିପିଆଇ(ଏମ-ଏଲ) ଲିବରେସନ୍ର ଜିଲ୍ଲା ସଂପାଦକ ସମର ବଳ,ଛାତ୍ରନେତା ପ୍ରତାପ ନାୟକ,ରାଧିକା ଜେନା,ବାସନ୍ତି େଯନା,ସାବିତ୍ର େଯନା, କିଶୋର େଯନା, ମଂଜୁଲତା େଯନା,କୁମୁନ୍ଦୀନି େଯନା, ଜନକୀ େଯନା ପ୍ରଣତି ନାୟକ, ଝରଣା େଯନା,ଜଗନ୍ନାଥ ରଥ, ପ୍ରତିମା େଯନା, ପ୍ରଦ୍ମନି ଦାସ ପ୍ରମୁ ଉପସ୍ଥିତ ରହିଥିଲେ।