ଭଦ୍ରକ – ଭଦ୍ରକରେ ରାଜ୍ୟସ୍ତରୀୟ ଯୁବ ମହୋସôବ ପାଳନକୁ ନେଇ ଆଜି ମହୋସôବର ଲୋଗୋ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ମନ୍ରୀ ତଥା ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ୍,ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ଜିଲ୍ଲାପରିଷଦର ସଭାପତି ଦ୍ବିଜବର ରାଉତ,ଭଦ୍ରକ ସାଂସଦଙ୍କ ପ୍ରତିନିଧି ମଳୟ ଜେନା, ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାସ,ଆଡିସ୍ନାଲ ଏସପି କୈଳାସଚନ୍ଦ୍ର ପରିଡା,ଉପଜିଲ୍ଲାପାଳ ପିତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିଦ୍ର୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ େଯାଗଦେଇ ଯୁବମହୋସôବର ଲୋଗ୍କୁ ଉନ୍ମୋଚିତ କରାଯିବା ଏବଂ ଏହି ରାଜ୍ୟସ୍ତରୀୟ ମହୋସôବ କିପରି ଭଦ୍ରକରେ ସଫଳତାର ସହ ପାଳନ କରାଯିବ ସେଥିନେଇ ଆଲୋଚନା କରାଯାଇଥିଲା। ଏହି ରାଜ୍ୟସ୍ତରୀୟ ଯୁବ ମହୋସôବ ଭଦ୍ରକ ଜିଲ୍ଲାରେ ପ୍ରଥମଥର କରି ଡିସେମ୍ବର ୧୮ରୁ ୨୧ତାରିଖ ପଯ୍ର୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟସ୍ତରୀୟ ଯୁବମହୋସôବରେ ୩୦ଟି ଜିଲ୍ଲାର ପ୍ରାୟ ୨ହଜାର କଳାକାରମାନେ ଅଂଶଗ୍ରହଣ କରିବେ। ଏହି କଳାକାରମାନଙ୍କୁ ନେଇ ୧୮ଟି ବିଭିନ୍ନ ବିଭାଗରେ ପ୍ରତିେଯାଗିତା ଅନୁଷ୍ଠିତ ହେବ ସହିତ ବିଭିନ୍ନ ପ୍ରତିେଯାଗିତାରେ କୃତିତ୍ବ ଅଜ୍ର୍ଜନ କରିଥିବା ପ୍ରତିେଯାଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଭଦ୍ରକରେ ଯୁବମହୋସôବର ବିଭିନ୍ନ ପ୍ରତିେଯାଗିତା ନେହେରୁ ଷ୍ଟାଡିୟମ, ସଂସ୍କୃତି ଭବନ, ଟାଉନ୍ହଲ୍ ଏବଂ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବା ସହିତ ଦୁଇ ହଜାର କଳାକାରମାନଙ୍କ ରହିବାର ବ୍ୟବସ୍ଥା ଉପରେ ଆଲୋଚନା କାରାଯାଇଥିଲା। ସେହିପରି କଳାକାରମାନଙ୍କୁ ସୁରକ୍ଷାଦେବା ସହିତ ରହିବା ଖାଇବା,ଯିବାଆସିବା ପ୍ରତି ବିଶେଷ ଧ୍ୟାନ ଦିଆଯିବକୁ ନେଇ ଆଲୋଚନା କରାଯାଇଥିଲା। ଏହି କାଯ୍ର୍ୟକ୍ରମକୁ ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର କରାଯିବା ଉପରେ ବୈଠକରେ ଗୁରୁୂତ୍ବାରୋପ କରାଯାଇଥିଲା।
Related Stories
December 25, 2024
December 25, 2024